ମହିନ୍ଦ୍ରା ଫାଇନାନ୍‌ସ ପକ୍ଷରୁ ରକ୍ତଦାନ ଶିବିର

ବାଲେଶ୍ୱର,: ମହିନ୍ଦ୍ରା ଫାଇନାନ୍‌ସର ୭୪ତମ ପ୍ରତିଷ୍ଠା ଦିବସ ଅବସରରେ ବାଲେଶ୍ୱର ସହଦେବଖୁଣ୍ଟା ବସଷ୍ଟାଣ୍ଡସ୍ଥିତ ଏହାର ଶାଖା କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିର ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ବାଲେଶ୍ୱର ରକ୍ତଭଣ୍ଡାର ଅଧିକାରୀ ଡ଼ା ବସନ୍ତ କୁମାର ଉପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ଫାଇନାନ୍‌ସର ଏରିଆ ଆକାଉଣ୍ଟାଣ୍ଟ୍‌ ପ୍ରଦୀପ୍ତ କୁମାର ରାଉତରାୟ, ବ୍ରାଞ୍ଚ୍‌ ଆକାଉଣ୍ଟାଣ୍ଟ୍‌ ସଂଗ୍ରାମ ପାଣିଗ୍ରାହୀ, ଭଦ୍ରକ ବ୍ରାଞ୍ଚ ଆକାଉଣ୍ଟାଣ୍ଟ ଆଲିସା ପଣ୍ଡା, ବାରିପଦା ବ୍ରାଞ୍ଚ୍‌ ଆକାଉଣ୍ଟାଣ୍ଟ୍‌ ଅଂଶୁମାନ ନାୟକ, ଆଞ୍ଚଳିକ ବ୍ୟବସାୟିକ ପ୍ରବନ୍ଧକ ମଳୟ ଭଟ୍ଟଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ଡ଼ା ଉପାଧ୍ୟାୟ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଟେକନିସିଆନ ଅକ୍ଷୟ କୁମାର ଜେନା, ସବନମ ଦାସ, ସୂଚୀସ୍ମିତା ଦାସ, ଅଜୟ କୁମାର ମହାପାତ୍ର ଓ ନରେନ୍ଦ୍ର କୁମାର ମଲ୍ଲିକ ରକ୍ତ ସଂଗୃହ କରିଥିଲେ। ଦେବାଶିଷ ଚାଟାର୍ଜୀ, ଅନିର୍ବାଣ ଦାସ, ପୂଜା ଥାପ୍ପା, ହିମାଂଶୁ ପ୍ରହରାଜ, ରଂଜନ ପ୍ରଧାନ, ଧୀରେନ ଆଚାର୍ଯ୍ୟ, ଅଂଜନ ପ୍ରଧାନ,ଦେବାଶିଷ ବରାଳ, ରାଜକିଶୋର ଜେନା, ଶକ୍ତିରଞ୍ଜନ ମିଶ୍ର, ଦେବାଶିଷ ଦାସ, ସୁଶାନ୍ତ ବେହେରା, ଜ୍ଞାନ ଦାସ, ଅମରଜିତ ଶାହା, ବିଶ୍ୱଜିତ ପ୍ରଧାନ, ରାମକୃଷ୍ଣ ସାହୁ, ‘ସମ୍ବାଦ’ ପ୍ରତିନିଧି ମନୋଜ କୁମାର ରାଉଳ ଓ ’ଆମ ଓଡ଼ିଶା’ ଉତ୍ତର ଓଡିଶା ସହଯୋଗୀ ଲକ୍ଷ୍ମୀଧର ବାରିକ ଶିବିରକୁ ପରିଚାଳନା କରିଥିବାବେଳେ ଚାନ୍ଦିପୁର ସମ୍ବାଦ ପ୍ରତିନିଧି ବିବେକାନନ୍ଦ ଦାସଙ୍କ ସହ ଫାଇନାନ୍‌ସ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଶିବିରରୁ ୪୦ ୟୁନିଟ ରକ୍ତ ସଂଗୃହୀତ ହୋଇଛି।

ସମ୍ବନ୍ଧିତ ଖବର