ମହିଳାଙ୍କୁ ଯୌତୁକ ନିର୍ଯାତନା, ଥାନାରେ ଏତଲା

ଜୟପୁର: ପଟାଙ୍ଗି ଥାନା ଅନ୍ତର୍ଗତ ଅନ୍ତା ଅଞ୍ଚଳର ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଯୌତୁକ ନିର୍ଯାତନା ଦେଇଥିବା ନେଇ ଜୟପୁର ମହିଳା ଥାନାରେ ଏକ ମାମଲା ରୁଜୁ ହୋଇଛି। ମାଳିମୁରା ଗ୍ରାମର ଜୟନ୍ତୀ ଖରାଙ୍କୁ ତାଙ୍କ ସ୍ୱାମୀ ବାବୁଲା ଖିଲ ନିର୍ଯାତନା ଦେଉଥିବା ନେଇ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି। ଅଭିଯୋଗ ଅନୁଯାୟୀ, ଜୟନ୍ତୀ ଗତ ୨୦୧୪ ମସିହାରେ ପଟାଙ୍ଗି ଥାନା ଅନ୍ତର୍ଗତ ମାଳିଖୁଡି ଗ୍ରାମର ବାବୁଲା ଖିଲଙ୍କୁ ବିବାହ କରିଥିଲେ। ବିବାହର କିଛି ମାସ ପରେ ଦମ୍ପତ୍ତିଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା। ଏହାସହ ବାବୁଲା ନିଜ ପରିବାରବର୍ଗଙ୍କ ସହ ମିଶି ପତ୍ନୀ ଜୟନ୍ତୀଙ୍କୁ ଯୌତୁକ ନିର୍ଯାତନା ଦେଇଥିଲେ। ଏନେଇ ଜୟନ୍ତୀ ମହିଳା ଥାନାରେ ଅଭିଯୋଗ ଦେବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଏଏସ୍‌ଆଇ ଦୁର୍ଗା ପ୍ରସାଦ ବ୍ରହ୍ମା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର