ମାଲକାନଗିରିରୁ ୧୨ ଫୁଟ ଲମ୍ବା ଅହିରାଜ ଉଦ୍ଧାର

ମାଲକାନଗିରି : ମାଲକାନଗିରି ଜିଲ୍ଲା ପୁଲିମେଟଲା ପଞ୍ଚାୟତ ତାଟିଗୁଡା ଗ୍ରାମରୁ ୧୨ ପୁଟ ଲମ୍ବ ଏକ ଅହିରାଜ ସାପକୁ ସ୍ନେକ ହେଲପଲାଇନ ସଦସ୍ୟମାନେ ଉଦ୍ଧାର କରିଛନ୍ତି । ସାପଟିର ଓଜନ ହାରାହାରି ୨୦ କେଜି ହବ ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ତାଟିଗୁଡା ଗ୍ରାମର ଜଣଙ୍କ ଘର ପଛ ପଟେ ଥିବା ପୋଖରୀରେ ସାପ ପସି ଯାଇଥିଲା । ଏ ସମ୍ପର୍କରେ ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ଖବର ଦେବା ପରେ ସ୍ନେହାଶୀଷ ଓ ତାଙ୍କ ଟିମ୍ ଯାଇ ଏହି ବିଶାଳ ଅହିରାଜ ସାପଟିକୁ ଉଦ୍ଧାର କରିଥିଲେ। ସ୍ନେକ ହେଲ୍ପ ଲାଇନ ସଦସ୍ୟ ଏକ ଘଣ୍ଟାର ପରିଶ୍ରମ ପରେ ଅତି କୌଶଳକ୍ରମେ ସାପକୁ ଉଦ୍ଧାର କରିଥିଲେ ।

ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ତାପମାତ୍ରା ଅଧିକ ରହିଛି । ଏହି ଗରମ କାରଣରୁ ସାପ ଜଙ୍ଗଲ ନ ରହି ଜନବସତି ଆଡକୁ ଆସିଥିବା କିମ୍ବା ଖାଦ୍ୟ ନ ପାଇଁ ପଳେଇ ଆସିଥିବା ମାଲକାନଗିରି ବନଖଣ୍ଡ ଅଧିକାରୀ ଜଗନ୍ନାଥ ବିଶୋଇ ପ୍ରକାଶ କରିଛନ୍ତି କ୍ଷ ଉଦ୍ଧାର ହୋଇଥିବା ସାପଟି କୁ ପ୍ରାଥମିକ ଚିକିତ୍ସା ପରେ ଜଙ୍ଗଲରେ ଛଡ଼ାଯିବ ବୋଲି ବନଖଣ୍ଡ ଅଧିକାରୀ କହିଛନ୍ତି ।

ସମ୍ବନ୍ଧିତ ଖବର