ଯୁବକ ଏକଯୁଟ ହେଲେ, ଗାଁ ରାସ୍ତା ସଫା କଲେ

ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ଜରିପୁଟ ଗାଁର ଯୁବକମାନେ ଏକଯୁଟ ହୋଇ ୧୬ ନମ୍ବର ଜାତୀୟ ରାଜପଥ ଠାରୁ ଗାଁ ପର୍ଯ୍ୟନ୍ତ ଯାଇଥିବା ରାସ୍ତାକୁ ସଫା କରିଛନ୍ତି ।
୧୬ ନମ୍ବର ଜାତୀୟ ରାଜପଥ ଠାରୁ ଜରିପୁଟ ମଧ୍ୟରେ ଖୋର୍ଦ୍ଧା ରେଳଷ୍ଟେସନ, ପ୍ରସିଦ୍ଧ ସଙ୍କଟମୋଚନ ହନୁମାନ ମନ୍ଦିର ଆଦି ରହିଛି । ଏହି ରାସ୍ତା ଦେଇ ନିୟମିତ ଯାତ୍ରୀ ଓ ଭକ୍ତଙ୍କ ଯିବାଆସିବା ହେଉଛି । ତେବେ ଗତ କିଛି ଦିନ ଧରି ଲଘୁ ଚାପ ଯୋଗୁଁ ଜାରି ରହିଥିବା ଲଗାଣ ବର୍ଷା ଯୋଗୁଁ ରାସ୍ତାର ସ୍ଥାନେ ସ୍ଥାନେ ଧୋଇ ହୋଇଯିବା ସହ ଅନାବନା ଲଟାବୁଦା ସୃଷ୍ଟି ହୋଇଛି । ଏହା ଏକ ପ୍ରମୁଖ ରାସ୍ତା ହୋଇଥିଲେ ହେଁ ଏହାକୁ ସଫା କରିବା ପାଇଁ ପଂଚାୟତ କିମ୍ବା ପ୍ରଶାସନ ପକ୍ଷରୁ ଉଦ୍ୟମ ହୋଇନଥିଲା । ଶେଷରେ ଗାଁର ବାଲୁଙ୍କେଶ୍ୱର ସେବାସଂଘର ସଂଯୋଜନାରେ ଗାଁର ଯୁବକମାନେ ଏକଯୁଟ ହୋଇ ଗାଁ ରାସ୍ତା ମରାମତି କରିବା ସହ ଲଟାବୁଦା ସଫା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଜୟ ସାମନ୍ତରାୟ, ପ୍ରଶାନ୍ତ ହରିଚନ୍ଦନ, ରମେଶ ହରିଚନ୍ଦନ, ରାଜ କିଶୋର ସେନାପତି, ରଂଜିତ ଦାସ, ବିଭୁଦତ୍ତ ପଟ୍ଟନାୟକ, ଗନ୍ଧର୍ବ ମାର୍ଥା, ରାଧାକାନ୍ତ ମଙ୍ଗରାଜ, ସନ୍ତୋଷ ସ୍ୱାଇଁ, ବିଚିତ୍ର ସାହୁ ପ୍ରମୁଖ ନେତୃତ୍ୱ ନେଇଥିଲେ ।

ସମ୍ବନ୍ଧିତ ଖବର