ରକ୍ତହୀନତା ଦୂର କରିବା ପାଇଁ ୭ବର୍ଷ ଶିଶୁ ପେଟରେ ୧୦ଟି ଚେଙ୍କ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରର ଦମଡ଼ାପଡ଼ା ଅଞ୍ଚଳରେ ଶିଶୁକୁ ଚେଙ୍କ ଦିଆଯାଇଥିବା ଖବର ମିଳିଛି। ଚେଙ୍କ ଦିଆଯାଇଥିବା ଶିଶୁର ନାମ ହାନ୍‌ସୁନ୍‌ ବାଗେ ବୟସ ୭ବର୍ଷ ଓ ତା’ର ପିତା ନାମ ହାବିଲ୍‌ ବାଗେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଶିଶୁଟି ରକ୍ତହୀନତା ଶିକାର ହୋଇ ରୋଗରେ ପଡ଼ି ଅସୁସ୍ଥ ହୋଇ ପଡ଼ିଥିଲା। ଚେଙ୍କଦେଲେ ଶିଶୁଟି ସୁସ୍ଥ ହୋଇଯିବ ବୋଲି ଅନ୍ଧବିଶ୍ୱାସ ରଖି ପୀଡିତର ପରିବାର ଲୋକେ ଗୋବିରା ନିକଟରେ ଥିବା ଜଣେ ବାବାଙ୍କ ପାଖକୁ ନେଇଥିଲେ। ସେ ଶିଶୁଟି ପେଟରେ ୧୦ଟି ଚେଙ୍କ ଦେଇଥିଲେ। ଏହାପରେ ଶିଶୁଟିର ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ସଙ୍ଗେସଙ୍ଗେ ତାକୁ ରାଉକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେଠାରେ ତାର ଚିକିତ୍ସା ଚାଲିଛ। ତେବେ ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ଥରେ ଶିଶୁଟି ଅସୁସ୍ଥ ହୋଇଥିଲା। ସେହି ସମୟରେ ଶିଶୁଟି ପେଟରେ ୨୧ଟି ଚେଙ୍କ ଦିଆଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର