ଲକ୍ଷାଧିକ ଟଙ୍କା ବ୍ୟୟ ହେଲା, ନୂଆକୋଠାକୁ ସ୍ଥାନାନ୍ତର ନୋହିଲା ପର୍ଯ୍ୟଟନ କାର୍ଯ୍ୟାଳୟ

କୋରାପୁଟ: ଚକା ଚକ ନୂଆ ‌କୋଠା। କାଚ ସହ ମାର୍ବଲ ପଡିଛି। ହେଲେ କାର୍ଯ୍ୟରେ ଲାଗୁନି। ନୂଆ କୋଠା ନିର୍ମାଣ ‌ଶେଷ ହୋଇ କରି ଦୁଇବର୍ଷ ବିତିଥିବାବେଳେ ପୁରୁଣାକାର୍ଯ୍ୟାଳୟରୁ ନୂଆ କାର୍ଯ୍ୟାଳୟକୁ ସ୍ତାନାନ୍ତର ହେଉନି ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ। ସେହି ଦଦରା ପୁରୁଣା ଘରେ  ଚାଲିଛି କୋରାପୁଟ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ। ଗୋଟିଏ ପଟେ ନୂଆ ଘର ‌ତିଆରି ଶେଷ ହୋଇ ସାରିଛି। କିନ୍ତୁ ହସ୍ତାନ୍ତର ହୋଇ ପାରୁ ନି।  ପୁରୁଣା ଘରୁ ବର୍ଷାଦିନେ ପାଣି ଗଳୁଥିବାବେଳେ କାର୍ଯ୍ୟ କରିବାରେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି ହେଲେ ନୂଆ କୋଠାକୁ ସ୍ତାନାନ୍ତର ହୋଇପାରୁନି।

କୋରାପୁଟ ଜିଲ୍ଲା ଗାନ୍ଧିନଗରରେ ପାଖାପାଖି ୫୦ ଲକ୍ଷ ବିନିମୟରେ ତିଆରି ହୋଇଛି ଜିଲ୍ଲା ପର୍ଯ୍ୟଟନ ନୂତନ କାର୍ଯ୍ୟାଳୟର କୋଠା। ଏହି ଦୁଇ ମହଲା ବିଶିଷ୍ଟ କୋଠା କାମରେ ଆସୁନି। ପରିସ୍ଥିତି ଏପରି ବ୍ୟବହାର ପୂର୍ବରୁ ଏହି କୋଠାର କାନ୍ଥରେ ଗଛ ଉଠିଥିବାବେଳେ ଦୁବୃର୍ତ୍ତଙ୍କ ଅବାଧ ଯାଆସ ଯୋଗୁଁ ଏଥିରେ ଲାଗିଥିବା ଏକାଧିକ କାଚ ଭାଙ୍ଗି ଚୁନା ହୋଇସାରିଲାଣି। ରାତି ହେଲେ ମଦ୍ୟପ ଓ ଜବରଦଖଲ କାରୀଙ୍କ କବଜାରେ ରହିଛି । ଚକାଚକ ମାର୍ବଲ ପକା କୋଠାରେ କିଛି ଲୋକ ଜବରଦଖଲ କରି ରହିଥିବା ଦେଖିବାକୁ ମିଳିଛି।

୨୦୧୭ ମସିହାରେ ଏହି ଅଞ୍ଚଳରେ ପ୍ରାୟ ଏକ ଏକର ଜାଗାରେ ନୂଆ କୋଠା ତିଆରି କରାଯିବକୁ ଯୋଜନା ହୋଇଥିଲା। ଏଥିପାଇଁ ପ୍ରାୟ ୫୦ ଲକ୍ଷ ବ୍ୟୟବରାଦ କରାଯାଇଥିଲା।ଏକ ଓଟିଡିସି ପକ୍ଷରୁ ଏକ ଠିକାସଂସ୍ଥାକୁ ନିର୍ମାଣ ଦାୟିତ୍ବ ଦିଆଯାଇଥିବାବେଳେ ୨ ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ ହୋଇଥିଲା। ୨୦୧୯ ଡିସେମ୍ବରରେ କାର୍ଯ୍ୟ ଶେଷ ହୋଇଥିବାବେଳେ ଏବେ ଯାଏ ହସ୍ତାନ୍ତର କରୁନି ଠିକାଦାର। ଫଳରେ ନୂଆ କୋଠାକୁ ସ୍ତାନାନ୍ତର ହୋଇ ପାରୁନି ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ।  ତେବେ ନୂତନ କାର୍ଯ୍ୟାଳୟ ନିର୍ମାଣ କାହିଁକି କାର୍ଯ୍ୟାଳୟ ସ୍ଥାନାନ୍ତର ହୋଇପାରୁନି ତାହା ଜଣାପଡୁ ନ ଥିବାବେଳେ ଉକ୍ତ କୋଠାଟିକୁ ଜବରଦଖଲ କରି ରହିଛନ୍ତି କିଛି ରାଜ୍ୟ ବାହାର ଲୋକେ। ଏହିଠାରେ ଦୀର୍ଘ ଦିନ ହେବ ରହୁଥିବା କହିଥିବାବେଳେ ମାସିକ ଭଡା ସୁତ୍ରରେ ଜଣେ ଅଣଓଡ଼ିଆ ଲୋକ ଟଙ୍କ ନେଉଥିବା ସେମାନେ କହିଛନ୍ତି। ଯେଉଁ ଉଦ୍ଦେଶ୍ୟ ନେଇ ଏହି ନୂତନ କୋଠା ନିର୍ମାଣ ହୋଇଥିଲା ତାହା ଏପର୍ଯ୍ୟନ୍ତ ଶାକାର ହୋଇପାରି ନ ଥିବାବେଳେ ଦୀର୍ଘବର୍ଷ ହେଲା ସେହି ପୁରୁଣା କୋଠାରେ ପର୍ଯ୍ୟଟନ କାର୍ଯ୍ୟାଳୟ ଜାରି ରହିଛି। ସରକାର କା ମାଲ ଦରିୟା ମେ ଡାଲ ଭଳି ନୀତିରେ ଚାଲିଛି କୋରାପୁଟ ପ୍ରଶାସନ। ପ୍ରଶାସନିକ ଅବହେଳା ଓ ସରକାରଙ୍କ ଆନ୍ତରିକତା ଯୋଗୁଁ ନିର୍ମାଣ ସରିଯାଇଥିଲେ  ଏବେବିବି ଅବ୍ୟବୃହତ  ଅବସ୍ଥାରେ ଏହି କୋଠାଟି ପଠି ରହିଥିବା ଦେଖିବାକୁ ମିଳିଛି।।

ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସୁରେନ୍ଦ୍ର ଲିମା କହିଛନ୍ତି ଯେ ଜିଲ୍ଲା କାର୍ଯ୍ୟାଳୟ ପାଇଁ ନିର୍ମିତ ନୂତନ କାର୍ଯ୍ୟାଳୟର କୋଠାଟି ଏପର୍ଯ୍ୟନ୍ତ ବିଭାଗକୁ ହସ୍ତାନ୍ତର ହୋଇପାରିନାହିଁ। ଓଟିଡିସି ପକ୍ଷରୁ କାର୍ଯ୍ୟାଳୟର ନୂତନ କୋଠା ନିର୍ମାଣ କରାଯାଇଥିଲେ ହେଁ ତାହା ସମ୍ପୂର୍ଣ୍ଣ ହୋଇପାରିନି ବୋଲି ସେମାନେ କହୁଛନ୍ତି। ପାଣି, ବିଦ୍ୟୁତ ଓ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ  ବାକି ରହିଥିବା ଯୋଗୁଁ ନୂତନ କୋଠାରେ କାର୍ଯ୍ୟାଳୟ ଆରମ୍ଭ ହୋଇପାରି ନ ଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର