ସିପିଆଇ ନେତାଙ୍କ ବିୟୋଗରେ ସ୍ମୃତିଚାରାଣ ସଭା

ଜୟପୁର: ବୈପାରିଗୁଡାର ବୟୋଜ୍ୟେଷ୍ଠ ଚାଷୀ ମୁଲିଆ ନେତା ତଥା କମ୍ୟୁନିଷ୍ଟ ନେତା କମ୍ରେଡ ରାମଚନ୍ଦ୍ର କମାର ଙ୍କ ଅକାଳ ବିୟୋଗ ରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି କୋରାପୁଟ ଜିଲ୍ଲା ପରିଷଦ ପକ୍ଷରୁ ଏକ ସ୍ମୃତିଚାରଣ ସଭା ଜୟପୁର ସ୍ଥିତ ଶ୍ରମିକ କର୍ମଚାରୀ ଭବନରେ ଅନୁଷ୍ଠିତ ହୋଇଯାଇଛି। ସିପିଆଇ ନେତା ତଥା ରାଜ୍ୟ ପରିଷଦ ସଭ୍ୟ ପ୍ରମୋଦ କୁମାର ମହାନ୍ତି ସଭାପତିତ୍ବ  କରିଥିଲେ। ସ୍ବର୍ଗତ ରାମଚନ୍ଦ୍ର କମାର ବୈପାରିଗୁଡା ଅଞ୍ଚଳର ଜଣେ ଟାଣୁଆ ନେତା ଥିଲେ। ଦୋରା ଗୁଡା ପଞ୍ଚାୟତ ସମିତିର ୱାର୍ଡସଭ୍ୟ, ଓ ପଞ୍ଚାୟତର ନାଏବ୍ ସରପଞ୍ଚ ଭାବେ ଦାୟିତ୍ଵ ତୁଲାଇଥିଲେ ।

ଜଣେ ଲୋକପ୍ରିୟ ନେତା ଭାବେ ଜନସାଧାରଣ ଙ୍କ ବିଭିନ୍ନ ସ୍ୱାର୍ଥ ନେଇ ସଦାସର୍ବଦା ଲଢେଇ କରି ଆସୁଥିଲେ । ବିଶେଷ କରି ଜଙ୍ଗଲ ଜମି ଅଧିକାର ଆଇନ ଲାଗୁ କରିବା ପାଇଁ ସଂଗ୍ରାମ ରେ ସେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ଗତ ୧୯ ଏପ୍ରିଲ ୨୦୨୨ ରେ ଅସୁସ୍ଥତା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିଲା। ସଭାପ୍ରାରମ୍ଭରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ଜିଲ୍ଲା ସଂପାଦକ ଯୁଧିଷ୍ଟିର ରାଉଳ, ରାମକୃଷ୍ଣ ଦାସ,ଏମ୍ ରାବଣା,ନନ୍ଦ ହରିଜନ, ଶଶାଙ୍କ ମଣ୍ଡଳ ପ୍ରମୁଖ ଭାଗ ନେଇ ସ୍ମୃତିଚାରଣ କରିଥିଲେ।

 

ସମ୍ବନ୍ଧିତ ଖବର