ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ମାଥିଲି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲିସ୍ଥିତ ଲକ୍ଷ୍ମଣ ନାୟକ କଲ୍ୟାଣ ମଣ୍ଡପ ଠାରେ ଆମ ଓଡିଶା ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଡିଓ ଆଶିଷ କୁମାର ଭୋଇ,ତହସିଲଦାର ପୁରୁଷତ୍ତମ ମିର୍ଦ୍ଧା,ଡାକ୍ତର ଅମୀୟ କୁମାର ସ୍ବାଇଁ,ସରପଞ୍ଚ ଗୌରୀ ବେଟେ,ସମାଜସେବୀ ସ୍ମୃତି ରଂଜନ,ଜିଲ୍ଲା ପରିଷଦ ସଭ୍ୟ ବାଲରାଜୁ କୋପେ,ସମାଜସେବୀ ଶରତ ଚନ୍ଦ୍ର ବୁରୁଦା,ସାମ୍ବାଦିକ ଏମ.ଡି ଆକବର,ଶିକ୍ଷାବିତ ପ୍ରହ୍ନାଦ ଛାଟୋଇ,ପିଇଓ ଅଶୋକ କୁମାର ମହାରଣା ଜିଲ୍ଲା ପ୍ରତିନିଧି ପ୍ରମେନ୍ଦ୍ର ପରିଛା ପ୍ରମୁଖ ଉପସ୍ଥିତ ଥିଲେ।ଏହି ରକ୍ତଦାନ ଶିବିରରେ ମୋଟ ୧୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

ଅତିଥିମାନେ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ରକ୍ତ ଦେବା ଫଳରେ ଶରୀରର କି କି ଲାଭ ହୁଏ କହିଥିଲେ।ମାଲକାନଗିରି ଜିଲ୍ଲାରେ ମାର୍ଚ୍ଚ ମାସରୁ ହିଁ ଗ୍ରୀଷ୍ମର ପ୍ରକୋପ ଆରମ୍ଭ ହୋଇଯାଇଥିବା ଯୋଗୁଁ ରକ୍ତ ସଂଗ୍ରହରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା।

ଆଜିର ଏହି ରକ୍ତଦାନ ଶିବିରରେ ରକ୍ତଦାତାମାନେ ହେଲେ ଡାକ୍ତର ଅମୀୟ କୁମାର ସ୍ବାଇଁ,ରାକେଶ ଓଝା,ଅଂଶୁମାନ ଅଦିତ୍ୟ ପ୍ରସାଦ,ବିଶ୍ବନାଥ ଦାସ,ଜୟନ୍ତ କୁମାର ବେହେରା,ରଂଜନ ଓଝା,ବିମଳକାନ୍ତ ବଳିୟାରସିଂ,ଜଗନ୍ନାଥ କମାର,କାର୍ତ୍ତିକ ଓଝା,ଅର୍ଚ୍ଚନା ନାୟକ,ବାଲରାଜୁ କୋପେ।ରକ୍ତ ସଂଗ୍ରହରେ ସୁଜଲ ରାୟ,ଅର୍ଚନା ସାହା,ଏନ.ସୁବର୍ଣ୍ଣା,ମହୋନ ଖେମୁଡୁ ପ୍ରମୁଖ ସହଯୋଗ କରିଥିଲେ।

କାର୍ଯ୍ୟକ୍ରମକୁ ଆମ ଓଡିଶାର ମାଥିଲି ବ୍ଲକ ସଂଯୋଜକ ଜୟନ୍ତ କୁମାର ବେହେରା ପରିଚାଳନା କରିଥିବା ବେଳେ ପିଇଓ ଅଶୋକ ମହାରଣା,ଜିଲ୍ଲା ପ୍ରତିନିଧି ପ୍ରେମେନ୍ଦ୍ର ପରିଛା,ଗୋବିନ୍ଦପାଲୀ ପ୍ରତିନିଧି ହୃଷିକେଶ ବେହେରା ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର