ବଣାଇ: ବାପାକୁ ପିଟିପିଟି ହତ୍ୟାକଲା ପୁଅ

ବଣାଇ: ଗତକାଲି ରାତିରେ ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ  ଡେଙ୍ଗୁଳା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ସାମାନ୍ୟ କଥାକୁ କେନ୍ଦ୍ର କରି ବାପପୁଅଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବଚସାରେ ଶେଷକୁ ବାପାକୁ ଜୀବନ ଦେବାକୁ ପଡ଼ିଛି। ନିଜ ବାପାକୁ ପିଟିପିଟି ହତ୍ୟା କରିଛି ପୁଅ। ଏହି ଘଟଣା ପରେ ପୁଲିସ ଅଭିଯୁକ୍ତ ପୁଅକୁ ଅଟକ ରଖି ତଦନ୍ତ ଚଳାଇଛି।

ମିଳଥିବା ସୂଚନା ଅନୁଯାଇ ଗତକାଲି ରାତିରେ ଡେଙ୍ଗୁଳା ଗ୍ରାମର  ଲକ୍ଷ୍ମ୍ମୀରାମ ମୁଣ୍ଡା(୫୮ ବର୍ଷ) ଓ ତାଙ୍କ ପୁଅ ନନ୍ଦକିଶୋର ମୁଣ୍ଡ ଓରଫ ରାଜନ(୨୮ ବର୍ଷ)ଙ୍କ ମଧରେ ଘରୋଇ କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ରାଜନ ଏକ ବାଡ଼ି ନେଇ ଲକ୍ଷ୍ମ୍ମୀରାମଙ୍କୁ ପିିଟିପିଟି ହତ୍ୟା କରିଥିଲେ। ଆଜି ଦିନ ୧୨ଟା ବେଳେ ପୁଲିସ ଏ ସମ୍ପର୍କରେ ସୂଚନା ପାଇ ଅଭିଯୁକ୍ତ ରାଜନକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର