ଚାନ୍ଦବାଲି: ଲୋକମାନଙ୍କ ପାଇଁ ସାମାଜିକ ସେବା କରି ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରା ଟ୍ରକ ଟିପ୍ପର ଅନର୍ସ ଆସୋସିଏସନ ତରଫରୁ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଏକ ଲକ୍ଷ ଏଗାର ହଜାର ଏକ ଶହ ଏଗାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି ।
ଆଜି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସଂଘର ସଭାପତି ଅଶୋକ ଜେନା,ସାଧାରଣ ସମ୍ପାଦକ ଦିଗମ୍ବର ଦାସ, ସଦସ୍ୟ ଜୟନ୍ତ ବେହୁରା, ମଜିବୁର ଅଲି ଖାନ, ରାଜକୃଷ୍ଣ ଦିନ୍ଦା, ବରୁନ ଦାସ ବାବୁ ପାତ୍ର ପ୍ରମୁଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମାଭକ୍ତ ମିଶ୍ରଙ୍କୁ ୧,୧୧,୧୧୧ ଟଙ୍କାର ଚେକ ପ୍ରଦାନ କରିଛନ୍ତି।
/sambad/media/post_attachments/wp-content/uploads/2020/04/bdk1-2.jpg)
ଏଠାରେ ସୂଚନାଯୋଗ୍ୟ, ଧାମରା ଟ୍ରକ ଟିପ୍ପର ମାଲିକସଂଘ ତରଫରୁ ରକ୍ତଦାନ ଶିବିରଠାରୁ ଆରମ୍ଭ କରି ଜଣେ ହେଲପରଙ୍କ ଦୁର୍ଘଟଣା ଜନିତ ସହାୟତା ୭୦ ହଜାର କରି ଥିବାବେଳେ ଆଜି କାରୋନା ମୁକାବିଲା ପାଇଁ ୧,୧୧,୧୧୧ ଟଙ୍କା ପ୍ରଦାନକରୀ ସାରା ଚାନ୍ଦବାଲି ବ୍ଲକର ଗୌରବବୃଦ୍ଧି କରିଛନ୍ତି। ବିଭିନ୍ନ ମହଲରୁ ସାଧୁବାଦ ଜଣାଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/bdk-6.jpg)