ତନଖି ବେଳେ ଧରାପଡ଼ିଲା ଆକ୍ଟିଭା, ବିନା ରେଜି‌ଷ୍ଟ୍ରେସନରେ ଗାଡ଼ି ବିକ୍ରି କରିଥିବାରୁ ଡିଲରଙ୍କୁ ୧ଲକ୍ଷ ଟଙ୍କାର ଜରିମାନା

କଟକ: ସେପ୍ଟେମ୍ବର ୧ ତାରିଖରୁ ବିଭିନ୍ନ ସ୍ଥାନରେ ନୂଆ ମୋଟର ଯାନ ଆଇନ୍‌ ଲାଗୁ ହୋଇଛି। ଏହି ଆଇନ ଅନୁସାରେ ଟ୍ରାଫିକ୍‌ ବ୍ୟବସ୍ଥାକୁ ବି ବହୁତ କଡ଼ାକଡ଼ି କରାଯାଇଛି। ସୋମବାର ନୂଆ ମୋଟର ଯାନ ଆଇନ ଅନୁସାରେ ପରିବହନ ବିଭାଗ କଟକ ବାରଙ୍ଗ ପାଖରେ ଗାଡ଼ି ତନଖି କରୁଥିଲା। ଏହି ସମୟରେ ଗୋଟିଏ ନମ୍ବର ନଥିବା  ଆକ୍ଟିଭା ସ୍କୁଟର ପରିବହନ ବିଭାଗ ହାବୁଡରେ ପଡ଼ିଥିଲା। ଏହାପରେ ଜଣାପଡ଼ିଥିଲା କି ଗାଡ଼ି ବିକ୍ରି କରିଥିବା ଡିଲର୍ ଜଣକ ବିନା ରେଜି‌ଷ୍ଟ୍ରେସନରେ ଆକ୍ଟିଭା ଗ୍ରାହକଙ୍କୁ ବିକ୍ରି କରିଛନ୍ତି। ଏହାପରେ ବିଭାଗ ପକ୍ଷରୁ ଉକ୍ତ ଡିଲରଙ୍କ ଉପରେ ୧ଲକ୍ଷ ଟଙ୍କାର ଜରିମାନା କରାଯାଇଥିଲା।

 

ସମ୍ବନ୍ଧିତ ଖବର