ମାଫିଆଙ୍କ କବ୍‌ଜାରେ ୧୦ ଏକର ଜମି:ତହସିଲ ଅଫିସ୍‌ ଘେରିଲେ ଛାତ୍ରଛାତ୍ରୀ

ଭବାନୀପାଟଣା: ଭବାନୀପାଟଣା ସରକାରୀ ସ୍ୱଂୟଶାସିତ କଲେଜର ଜମି ଚିହ୍ନଟ କରାଯାଇ ଚୂଡାନ୍ତ ଦାଖଲ ଖାରଜ ଆଦେଶ ପ୍ରଦାନ ନିମନ୍ତେ ବାରମ୍ବାର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଉଥିଲେ ମଧ୍ୟ କଳାହାଣ୍ଡି ତହସିଲ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏହାର ପ୍ରତିବାଦରେ ତୁରନ୍ତ ସରକାରୀ ସ୍ୱଂୟଶାସିତ କଲେଜର ସମସ୍ତ ଜମିକୁ ଚିହ୍ନଟ କରାଯାଇ ଜବରଦଖଲରୁ ମୁକ୍ତି କରିବା ପାଇଁ ଶହ ଶହ ଛାତ୍ରଛାତ୍ରୀ କଲେଜରୁ ଏକ ଶୋଭାଯାତ୍ରାରେ ଆସି ଭବାନୀପାଟଣା ପୁରୁଣାପଡ଼ାରେ ଥିବା କଳାହାଣ୍ଡି ତହସିଲ ଅଫିସ ଘେରାଉ କରିଥିଲେ। ପରେ ଭବାନୀପାଟଣା ଉପଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସ ଓ ପୁଲିସ ଆଇଆଇସି ସୁରେନ୍ଦ୍ରନାଥ ଶତପଥୀ ଘଟଣାସ୍ଥଳରେ ପହଞ୍ଚି ଥିଲେ।

ଉପଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରି ଶନିବାରରୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଛାତ୍ରଛାତ୍ରୀଙ୍କ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଲିଖିତ ଦାବୀପତ୍ର ପ୍ରଦାନ କରିଥିକଲେ। ଏଥିରେ ସରକାରୀ ସ୍ୱଂୟଶାସିତ କଲେଜ ଛାତ୍ର ସଂସଦ ସଭାପତି ଅଜିତ ସାହୁ, ସାଧାରଣ ସମ୍ପାଦକ କ୍ରିଷ୍ଣା ଗୋକରିଆ, ଉପସଭାପତି ମଧୁ ସେଠିଆ, ରୂପେନ୍ଦ୍ର ସେନାପତି, ନୂତନ ଗୋକରିଆ, ସ୍ମିତା ଜଗତ, ଲୁଲୁ ଯାଦବ, ଅମିଶ ଆନନ୍ଦ, ଶୁଭମ ପ୍ରଧାନ, ତୃପ୍ତିମୟୀ ଶବର, ସମୀକ୍ଷା ମୁଣ୍ଡ, ସ୍ମରଣିକା ନାଏକ, ଶିବାନୀ ଛତ୍ରିଆ, ହରିଶ ଅହିର ପ୍ରମୁଖ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଆଗାମୀ ଦିନରେ ପଦକ୍ଷେପ ନନେଲେ ପୁର୍ନବାର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିଲେ।

ସୂଚନା ଅନୁସାର କଲେଜର ଜମି ଚିହ୍ନଟ ବିଳମ୍ବ ଯୋଗୁଁ ବହୁ ଜମି ମାଫିଆଙ୍କ କଲେଜର ୧୦ ଏକରରୁ ଅଧିକ ଜମି ଜବରଦଖଲରେ ରହିଛି। ୧୯୭୭ ମସିହା ପର୍ଯ୍ୟନ୍ତ ଇଷ୍ଟ ହଷ୍ଟେଲର ସ୍ଥାପନଠାରୁ କଲେଜର ଦଖଲରେ ଜମି ଥିଲା। ବର୍ତ୍ତମାନ ଏହି ଜମିର ପ୍ଲଟନଂ ୬/୫୭ ଖାତା ନଂ ୧୦ର ୫୦ଡିସିମିଲ ଜାଗାର ମାମଲା କୋର୍ଟର ବିଚାରଧୀନ ଅଛି। ଜମି ମାଫିଆମାନେ ଜବରଦଖଲ କରି ଜମି ହାତେଇ ଥିବା ବେଳେ କୋର୍ଟକୁ ପ୍ରଭାବିତ କରି କଲେଜ ଜମିକୁ ବର୍ଷବର୍ଷ ଧରି ଆସ୍ଥାନ ଜମାଇଛନ୍ତି। କଳାହାଣ୍ଡି ତହସିଲଦାରଙ୍କ ଦାଖଲ ଖାରଜ କେସନଂ ୨୩୩୧/୭୪ ସିତାବୋର୍ଡିପଡା ମୌଜାର ଦାଖଲ ଖାରଜ ଅର୍ଡର ମଞ୍ଜୁର ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଫାଇନାଲ ପଟ୍ଟା ପ୍ରଦାନ କରାଯାଇ ନାହିଁ। କଲେଜର ପ୍ରାୟ ୫୬ ଏକର ଜମି ଚିହ୍ନଟ ନହେବା ଯୋଗୁଁ ବିଭିନ୍ନ ବ୍ୟକ୍ତି ଜବରଦଖଲ କରିଛନ୍ତି।

ସମ୍ବନ୍ଧିତ ଖବର