ପୁଲିସ ଜାଲରେ ମଟର ସାଇକେଲ ଲୁଟେରା ଗ୍ୟାଙ୍ଗ: ୬ ବୁଲେଟ୍‌ ସହ ୧୦ ବାଇକ୍ ଜବତ 

କେବେ ପୁଲିସ ଜାଲରେ ପଡିବ ନକଲି ଆରସି ତିଆରି ଗ୍ୟାଙ୍ଗ

ଜୟପୁର: ଜୟପୁର ଟାଉନ ପୁଲିସ ଜାଲରେ ପଡିଛି ଏକ ବାଇକ ଲୁଟେରା ଗ୍ୟାଙ୍ଗ। ଏହି ଗ୍ୟାଙ୍ଗର ୫ଜଣଙ୍କୁ ଆଜି ଜୟପୁର ଟାଉନ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିବା ସହ ୧୬ଟି ବାଇକକୁ ଉଦ୍ଧାର କରିଛି। ଏଥିରେ ୬ଟି ବୁଲେଟ ରହିଥିବାବେଳେ ଏହାକୁ କୋରାପୁଟ, ସୁନାବେଢା, ଜୟପୁର ଟାଉନ ଓ କୋଟପାଡରୁ ଉଦ୍ଧାର କରାଯାଇଛି। ଏହି ମାମଲାରେ ଜୟପୁର ଟାଉନ ପୁଲିସ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ କୋରାପୁଟ ସଦର ପୁଲିସ କେଦାଇପୁଟ ଗାଁର ବିଜୟ ବାଘଙ୍କ ପୁଅ ବାପି ବାଘ(୨୫), ଜୟପୁର ଟାଉନ ହାଟପଦା ଅଞ୍ଚଳର ଲିବୋନ ଖୋରାଙ୍କ ପୁଅ ସୁନୀଲ ଖରା ଓରଫ ସନ  ବୁଟି(୧୯), ଜୟପୁର ସଦର ଥାନା ଅନ୍ତର୍ଗତ ଗେଟଗୁଡା ଗାଁର ନନ୍ଦ ମାଛଙ୍କ ପୁଅ ସୁବାସ ମାଛ ଓରଫ ମେଟା(୨୫), ନୂଆଗୁଡା ଗାଁର ନରସିଂହ ହିଆଲଙ୍କର ପୁଅ ଜଗଦିଶ ହିଆଲ (୨୩) ଓ ହାଟପଦା ଗାଁର ପ୍ରକାଶ ଟାକିରିଙ୍କ ପୁଅ ଭିକି ଟାକିରି(୧୯)ଙ୍କୁ ଆଜି ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି। ଏନେଇ ପୁଲି ୧୯୬/୨୦ରେ ଏକ ମାମଲା ରୁଜୁ କରିଥିବା ଜଣାପଡିଛି।

ତେବେ ଜୁଲାଇ ମାସ ୧୬ ତାରିଖରେ ଭୂପତି ସାହିର ତ୍ରିନାଥ ଦାସ ତାଙ୍କ ବାରଣ୍ଡାରେ ରଖାଯାଉଥିବା ତିନିଟି ବାଇକ ଚୋରି ହୋଇଯାଇଥିବାନେଇ ଜୟପୁର ଟାଉନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ସିସିଟିଭି ଓ ଅନ୍ୟ ଦିଗକୁ ଯାଞ୍ଚ କରିଥି‌ଲା। ଏହାସହ ପୁଲିସ ମାଷ୍ଟର ମାଇଣ୍ଡକୁ ଧରିଥିଲା। ଏହାପରେ ତାହାଠାରୁ ସତ୍ୟ ଜାଣିବାକୁ ପାଇଥିଲା। ତେବେ ଏହିମାନେ ପ୍ରଥମେ ଜୟପୁର, କୋରାପୁଟ, ନବରଙ୍ଗପୁର, କୋଟପାଡ, ବୋରିଗୁମ୍ମା, ସୁନାବଢୋ ଓ ସେମିଳିଗୁଡାରେ ଭାଗ ହୋଇ ବୁଲନ୍ତି। ପ୍ରଥମେ ବାଇକକୁ ମାର୍କ କରିବାପରେ ସେ ନମ୍ବରରେ ନକଲି ଆରସି ତିଆରି କରନ୍ତି। ଏହି ନକଲି ଆରସିକୁ ଧରି ସୁନାବେଢାରେ ରହିଥିବା ଜଣେ ବ୍ୟବସାୟୀଙ୍କ ନିକଟରେ ଟଙ୍କା ବଦଳରେ ଗାଡିକୁ ବନ୍ଧକ ରଖନ୍ତି। ଲିଙ୍କକୁ ଧରି ପୁଲିସ ଉକ୍ତ ବ୍ୟବସାୟୀଙ୍କ ନିକଟରେ ପୁଲିସ ପହଞ୍ଚିଥିଲା। ଉକ୍ତ ବ୍ୟକ୍ତିକୁ ପଚରାଉଚୁରା କରିବା ପରେ ତାଙ୍କଠାରୁ ସବୁ ଗାଡି ଉଦ୍ଧାର କରାଯାଇଥିଲା। ଏହାସହ ନକଲି ଆରସି ସବୁ ଜବତ କରାଯାଇଛି ବୋଲି ପୁଲିସ କହିଛି।

ତେବେ ଏହି ନକଲି ଆରସି ଜୟପୁର ଓ କୋରାପୁଟରେ କିଏ କରୁଛି ତାହାର ତଦନ୍ତ କରୁଛି ପୁଲିସ। ଏହି ନକଲି ଆରସି କିପରି ତିଆରି ହେଉଛି, ସେଥିରେ ଅସଲି ପରି କିପରି କାର୍ଡ ତିଆରି ହେଉଛି ତାହାର ତଦନ୍ତ ଜାରି ରହିଛି । ଏହି ଗ୍ୟାଙ୍ଗଟି ସାଧାରଣତଃ କୋରାପୁଟ ଜିଲ୍ଲାର କୋଟପାଡ ଓ ପଟାଙ୍ଗିରେ ବେଶ ସକ୍ରିୟ ରହିଥାନ୍ତି। ଏହାର ଆଉ ଦୁଇଟି ଲିଙ୍କରେ ତଦନ୍ତ ଜାରି ରହିଛି, ଖୁବଶୀଘ୍ର ପୁଲିସ ଏହାର ପର୍ଦ୍ଦାଫାସ କରିବ ବୋଲି ଜୟପୁର ଟାଉନ ଆଇଆଇସି ବାଲେଶ୍ବର ଗିଦ୍ଧି ସୂଚନା ଦେଇଛନ୍ତି। ଜବତ ହୋଇଥିବା ଗାଡି ମଧ୍ୟରେ ୬ଟି ବୁଲେଟ, ଗୋଟିଏ ଗ୍ଲାମର, ୨ଟି ଆପାଚି, ୨ଟି ଏଚଏଥ ଡିଲକ୍ସ, ଗୋଟିଏ ହୋଣ୍ଡା ସାଇନ, ଗୋଟିଏ ସ୍ଲେଣ୍ତର ପ୍ଲସ, ଗୋଟିଏ ପଲସର ଓ ୨ଟି ପ୍ୟାସନ ପ୍ରୋ ବାଇକ ରହିଛି।

ସମ୍ବନ୍ଧିତ ଖବର