ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ପୁଲିସ ଚୋରି ହୋଇଯାଇଥିବା ୧୦ଟି ବାଇକ ଉଦ୍ଧାର କରିଛି। ଏଥି ସହ ପୁଲିସ ଜଣେ ବାଇକ ଚୋରକୁ ଗିରଫ କରିଛି। ବାଇକ ଚୋର ଜଣକ ହେଉଛି କୋଇଲିମୁଣ୍ଡା ପଞ୍ଚାୟତ ଅଧିନସ୍ଥ କୋଦୋଭଟା ଗ୍ରାମର ଗଜନାଥ ରାଉତ (୩୨) ଓରଫ ପାତଳୁ ଇଲିଆସ ଗଜବ। ଚନ୍ଦାହାଣ୍ଡି ଥାନାରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇ ଥିବା ନେଇ ଆଇଆଇସି ଉମେଶ ଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି। ଖୁବ ଶୀଘ୍ର ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ସହ ଅନ୍ୟ ବାଇକ ଉଦ୍ଧାର କରାଯିବ ବୋଲି ଆଇ ଆଇସି ଶ୍ରୀ ନାୟକ ସୂଚନା ଦେଇଛନ୍ତି। ଏଏସ ଆଇ ବସନ୍ତ କୁମାର ସ୍ୱାଇଁ ଘଟଣାର ତଦନ୍ତ ଚଳାଇଛନ୍ତି।

Advertisment

ପୁଲିସ ସୂତ୍ର ଅନୁସାରେ କୋଦୋଭଟା ଗ୍ରାମର ଗଜନାଥ ରାଉତ ବିଭିନ୍ନ ଯାନୀଯାତ୍ରାରେ ଦେଖିବା ପାଇଁ ଆଶୁଥିବା ଲୋକଙ୍କ ରଖା ଯାଇଥିବା ବାଇକ ଏବଂ ଘର ସମ୍ମୁଖରେ ରହିଥିବା ବାଇକର ହ୍ୟାଣ୍ଡେଲ ଲକ ଭାଙ୍ଗି କି ଚୋରି କରି କି ଆଣି ଚନ୍ଦାହାଣ୍ଡି ଅଞ୍ଚଳ ସମେତ ପଡୋଶୀ ଛତିଶଗଡ଼ର ବିଭିନ୍ନ ଗ୍ରାମାଞ୍ଚଲରେ କମ ଦାମରେ ବିକ୍ରୀ କରୁଥିଲା। ଅଭିଯୁକ୍ତ ନାମରେ ଝରିଗାଁ ଥାନାରେ ଏକ ବାଇକ ଚୋରି ମାମଲା ରୁଜୁ ହେବା ସହ ତା ନାମରେ ୱାରେଣ୍ଟ ରହିଥିଲା। ଝରିଗାଁ ପୁଲିସର ସୂଚନା ପାଇବା ପରେ ଚନ୍ଦାହାଣ୍ଡି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଏସ୍‌ଆଇ ଶିବ ପ୍ରସାଦ ମହାନ୍ତି ଘଟଣାକୁ ଅତି ଗୁରୁତ୍ୱ ଦେବା ସହ ଦିନ ରାତି ଏକ କରି ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖି ଅଭିଯୁକ୍ତକୁ ନିଜ ଘରେ ଥିବା ଅବସ୍ଥାରେ ଗିରଫ କରିଥିଲେ। ଅନ୍ୟ ସହଯୋଗୀ ଚୋରମାନେ ଫେରାର ରହିଥିବା ପୁଲିସ ପ୍ରକାଶ କରିଛି।