ଭଦ୍ରକରେ ୧୦ କରୋନା ଆକ୍ରାନ୍ତ ଚିହ୍ନଟ   

ଭଦ୍ରକ:  ଭଦ୍ରକ ଜିଲ୍ଲାରେ ଗତ ଏକ ସପ୍ତାହ ଭିତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ପ୍ରଥମେ ପଥମେ ଏହାର ୪ରୁ ୫ ଭିତରେ  ସୀମିତି ରହୁଥିଲା। ଏବେ ଏଇ ଦୁଇ ଦିନ ହେଲା ଏହାର ସଂଖ୍ୟା ୯ରୁ ୧୦କୁ ବୃଦ୍ଧି ପାଇବାରେ ଲାଗିଛି।  ଜିଲ୍ଲାରେ ଆଜି ନୂଆ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି  ୬ ଜଣ  ଆକ୍ରାନ୍ତ ସୁସ୍ଥ  ହୋଇଥିବା ବେଳେ ଆଜିସୁଦ୍ଧା ଜିଲ୍ଲାରେ ୫୫ ଜଣ କରୋନା ଆକ୍ଟିଭ୍ ଆକ୍ରାନ୍ତ ଅଛନ୍ତି।

ଏଇ  ନୂଆ କରୋନା ଆକ୍ରାନ୍ତ  ଚିକିତ୍ସିତ ହେଉଥିବା ବେଳେ ସାମାନଙ୍କର କଣ୍ଟାକ୍ଟ ଟ୍ରେସିଂ କାର୍ଯ୍ୟ  କରାଯିବା ଉପରେ ସ୍ବାସ୍ଥ୍ୟ ବିଭାଗ ଯେତିକି ଗୁରୁତ୍ବ ଦେବା କଥା ତାହା ଦେଉ ନଥିବା ଅଭିଯୋଗ ହେଉଛି। ଏବେ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ସଂଖ୍ୟା କମ୍ ରହୁଥିବାରୁ କଣ୍ଟାକ୍ଟ ଟ୍ରେସିଂ କରାଯିବାରେ ସମସ୍ୟା ସୃଷ୍ଟି ହୋଇଛି।  ଏବେ ଜିଲ୍ଲାରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର କୋଭିଡ୍ ହସପିଟାଲ ନଥିବା ବେଳେ ଭଦ୍ରକ ମେଡିକାଲରେ ସ୍ବତନ୍ତ୍ର ଭାବେ କୋଭିଡ୍ ରୋଗୀ ଚିକିତ୍ସା ନିମନ୍ତେ ପ୍ରକୋଷ୍ଠ କରାଯାଇଛି। ଚିହ୍ନଟ ହେଉଥିବା ରୋଗୀଙ୍କ ଅଞ୍ଚଳକୁ କଣ୍ଟେନ୍ ମେଣ୍ଟ ଜୋନ୍ ଘୋଷଣା କରାଯାଉ ନାହିଁ । ସେହି ଅଞ୍ଚଳକୁ ମଧ୍ୟ ସିଲ୍ କରାଯାଉନାହିଁ।

କ୍ବାରେଣ୍ଟାଇନ୍ କେନ୍ଦ୍ର ସବୁ ବନ୍ଦ ହୋଇ ଯାଇଥିବା ବେଳେ ବାହାରୁ ଆସୁଥିବା ଲୋକମାନେ ସିଧା ସଳଖ ଭାବେ ସେମାନଙ୍କୁ ଘରକୁ ଫେରି ଯାଉଛନ୍ତି। କରୋନା ଚିହ୍ନଟ ରୋଗୀଙ୍କୁ ସଂଗରୋଧରେ ରଖାଯାଇ ଚିକିତ୍ସା ସେବା ଯୋଗାଇ ଦିଆ ନଗଲେ ପରିସ୍ଥିତି ଅଧିକ ଭୟଙ୍କର ହେବ। କରୋନା ରୋଗୀ ଚିହ୍ନଟ ହେଉଥିବା ଅଞ୍ଚଳରେ ବ୍ୟାପକ ସାନିଟାଇଜ୍ କରାଯିବା ଉଚିତ।

ଆଜି  ସ୍ଥାନୀୟ ସଂକ୍ରମଣରୁ ଯେଉଁ ୧୦ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହି ୧୦ ଜଣଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ କରାଯାଇଛି। ଜିଲ୍ଲାରେ ମୋଟ ୩ ଲକ୍ଷ ୧୬ ହଜାର ୯୨୫ ଜଣଙ୍କର ସ୍ବାବ ଟେଷ୍ଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ମୋଟ ୭ ହଜାର ୫୮୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭ ହଜାର ୫୦୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଜିଲ୍ଲାରେ ଅସ୍ଥାୟୀ ଭାବେ ଖୋଲାଯାଇଥିବା ୫୩ ଟି ଟିକା ଦାନ କେନ୍ଦ୍ର ମଧ୍ୟରୁ  କରୋନା ଭେକ୍ସିନ ନଥିବାରୁ ଦୁଇ ଦିନ ହେଲା ଟୀକାଦାନ କାର୍ଯ୍ୟ ବନ୍ଦ ରହିଛି। ଟୀକାଦାନ ପାଇଁ ଭଦ୍ରକ ଜିଲ୍ଲାରୁ ଅଧିକ ସଂଖ୍ୟକ ଭେକ୍ସିନ ଯୋଗାଇ ଦେବାକୁ  ଜିଲ୍ଲାବାସୀ ଦାବି କରିବା ସହ ତୁରନ୍ତ ଜିଲ୍ଲା ୧୦୦ରୁ ୨୦୦ ଟି ଅସ୍ଥାୟୀ ଟିକାଦାନ କେନ୍ଦ୍ର ଖୋଲାଯିବାର ଆବଶ୍ୟକତା ରହିଛି।

ଜିଲ୍ଲାରେ ଟିକାଦାନ ବ୍ୟାପକ ଭାବେ ବୃଦ୍ଧି କରାନଗେଲ ଆଗାମୀ ଦିନରେ କରୋନାର କାୟା ଅଧିକରୁ ଅଧିକ ସଂଖ୍ୟାରେ ବ୍ୟାପୀବାର ସମ୍ଭାବନା ଅଧିକ ରହିଛି। ଏହାକୁ ଲକ୍ଷ୍ୟକରି ଭଦ୍ରକର ଚରମ୍ପା ରେଳ ଷ୍ଟେସନରେ ଯାତ୍ରୀମାନଙ୍କର ଥର୍ମାଲ ଟେଷ୍ଟ ଆରମ୍ଭ କରାଯାଇଛି। ସେହିପରି  ଜିଲ୍ଲାପାଳଙ୍କ  ନିର୍ଦ୍ଦେଶକ୍ରମେ  ଭଦ୍ରକ ବ୍ଲକ ଅନ୍ତର୍ଗତ  ଚରମ୍ପା  ନିକଟସ୍ଥ   ଏରେଇ  ଧଳସାହି  ଅଞ୍ଚଳରେ ଘରକୁ ଘର ବୁଲି ମେଡିକାଲ ଟିମ୍, ଆଶା ଓ ଅଙ୍ଗନବାଡି କର୍ମୀ  ସର୍ଭେଲାନସ୍ ଆରମ୍ଭ କରିଛନ୍ତି। କରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଉପରେ ଜିଲ୍ଲାପାଳ ଅଧିକ ଗୁରୁତ୍ବ ଦେଇଥିବାବେଳେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି  ୱାର୍ଡ ନମ୍ବର – (୩ ) ଧଳସାହିକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଏଇ ଅଞ୍ଚଳରୁ କରୋନା ଆକ୍ରାନ୍ତ ବାହାରିବା ପରେ ଲୋକମାନଙ୍କର ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଏଭଳି ଆଗୁଆ ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧିତ ଖବର