ପାର୍ବଣ ଋତୁରେ ବଢୁଛି ଅନ୍‌ଲାଇନ ବ୍ୟବସାୟର ଚାହିଦା: ଅଫ୍‌ଲାଇନ୍‌ ବ୍ୟବସାୟରେ ଜୟପୁରରେ ୧୦ କୋଟ ଟଙ୍କା କ୍ଷତି!

ଜୟପୁର: ଗୋଟିଏ ପଟେ କରୋନା ମାଡ, ଅନ୍ୟ ପଟେ ଅଫଲାଇନ ବଜାରରକୁ ଯିବାକୁ ଭୟ। ଏହାର ସୁଯୋଗ ନେଇ ଜୟପୁର ବଜାରରେ ରାଜ କରୁଛି ଅନଲାଇନ ବ୍ୟବସାୟ। ବିଭିନ୍ନ ଇ-କମର୍ସ ସାଇଟ ପକ୍ଷରୁ ଫେଷ୍ଟିଭ ସେଲରେ ଜୋରଦାର ଅନଲାଇନ ସପିଙ୍ଗ ହୋଇଥଇବା ଜଣାପଡିଛି। ସ୍ଥାନୀୟ ବଜରରେ ଯେଉଁ ସ୍ମାର୍ଟଫୋନ, ବ୍ୟବସାୟ ପାଇଁ ସହଯୋଗ କରୁଥିଲା ଏବେ ସେହି ସ୍ମାର୍ଟଫୋନ ପେଟକୁ ଲାତ ମାରିଛି। ଶାରଦୀୟ ବଜାରରେ ପାଖାପାଖି ୧୦ କୋଟି ଟଙ୍କାର ଅଫ୍‌ଲାଇନ୍‌ ବ୍ୟବସାୟରେ ହୋଇଛି ବିରାଟ କ୍ଷତି। ଜୟପୁରର ଶାରଦୀୟ ପୂଜା ବ୍ୟବସାୟକୁ ଗିଳି ଦେଇଛି ଏହି ଅନଲାଇନ ବ୍ୟବସାୟ। ଖାଲି ଏହି ପୂଜା ସିଜିନ୍‌ରେ ସ୍ଥାନୀୟ ବଜାରକୁ ମାଡ କରିଛି ତାହା ନୁହେଁ ମୋବାଇଲ, ଲୁଗାପାଟା, ଟେସନାରୀ ଓ ଇଲୋକ୍ଟ୍ରୋନିକ୍ସ ବଜାରରେ ଭାଳେଣି ପଡିଛି। ଗତ ବର୍ଷ ତୁଳନାରେ ପୂରା ୪୮ ପ୍ରତିଶତ ଅଧିକ ଘାଟା କରିଛି ଜୟପୁର ବଜାରକୁ।

ଦେଶରେ କରୋନା ଜନିତ ଆର୍ଥିକ ମାନ୍ଦାବସ୍ଥା ଚାଲିଥିବା ବେଳେ ଲୋକଙ୍କ ସପିଙ୍ଗ ଅନଲାଇନ କମ୍ପାନିକୁ ମାଲମାଲ କରିଛି। ରିପୋର୍ଟ ମୁତାବକ ଫେଷ୍ଟିଭ ସେଲ ସମୟରେ ଫ୍ଲିପକାର୍ଟ, ଆମାଜାନ୍‌, ଇ-ବେ, ଆଜିଓ, ସପକ୍ଲ୍ୟୁ, ଜବଙ୍ଗ, ମନ୍ତ୍ରା, ଜିଆମି, ମାର୍କେଟ ସେୟାର ପ୍ରାୟ ୬୦ ପ୍ରତିଶତ ବଢିଥିବାବେଳେ ସ୍ଥାନୀୟ ବଜାରର ବ୍ୟବସାୟରେ କିଏ ଯେମିତି ଦୃଷ୍ଟି ପକେରଇ ଦେଇଛିଯ ଇ-କମର୍ସ ପ୍ଲାର୍ଟଫର୍ମରେ ଜୟପୁରରେ ଛୋଟ ସହର ଗ୍ରାହକଙ୍କ ସଂଖ୍ୟା ବଢିଥିବାରୁ ଆମାଜନ ଓ ଫ୍ଲିପକାର୍ଟ ଭଳି ନାମୀଦାମୀ କମ୍ପାନିର ବ୍ୟବସାୟ ଆଶାତୀତ ବୃଦ୍ଧି ପାଇଛି। କରୋନା ହେତୁ ଏବେ ଲୋକେ ଅଫଲାଇନ ବଜାରକୁ ଯାଇ ଜିନିଷ କିଣିବାକୁ ପସନ୍ଦ କରୁ ନ ଥିବାବେଳେ ଘରକୁ ଜିନିଷ ମଗାଇ ଶାରଦୀୟ ପୂଜାର ମଜା ନେଇଛନ୍ତି।

ଏଥିମଧ୍ୟରେ ସର୍ବାଧିକ ସ୍ମାର୍ଟଫୋନ ଚାହିଦା ରହିଛି। ପ୍ରିମିୟମ ସେଗମେଣ୍ଟରେ ୱାନପ୍ଲସ, ଆପଲ, ଜିଆମି ଓ ରିଏଲମି ଭଳି ମୋବାଇଲ ପ୍ରାୟ ଦିନକୁ ଅଢେଇ ଲକ୍ଷ ଟଙ୍କାର ଜିନିଷ ଜୟପୁର ବଜାରକୁ ଆସିଥିବା ଜଣାପଡିଛି। ତେବେ ଦେଶରେ କରୋନା ଜନିତ ମାନ୍ଦାବସ୍ଥା ଲାଗିରହିଥିଲେ ସୁଦ୍ଧା ଫେଷ୍ଟିଭ ସେଲର ଏତେ ପରିମାଣରରେ ବିକ୍ରି ଅନଲାଇନ ସପିଙ୍ଗ କମ୍ପାନିଙ୍କୁ ଆର୍ଥନୈତିକ ବୃଦ୍ଧି ଘଟିଥିବାବେଳେ ବିଭିନ୍ନ କ୍ଷେତ୍ରରେ ପଛରେ ପଡିଛି ଜୟପୁର ବଜାର। ଏଥିସହ ଅନଲାଇନ ଉତ୍ପାଦ ଉପରେ ଗ୍ରାହକଙ୍କ ଚାହିଦାକୁ ଆକଳନ କରାଯାଉଥିବାବେଳେ ରିଟର୍ଣ୍ଣ ପଲିସି, ବିଭିନ୍ନ ବ୍ୟାଙ୍କର କ୍ରେଡିଟ୍‌, ଡେବିଟ୍‌ କାର୍ଡ ସହ ମନଲୋଭା ଅଫର ଗରାଖଙ୍କୁ ସ୍ଥାନୀୟ ବଜାର ପ୍ରତି ବିମୁଖ କରିଛି। ସେହିପରି ଇଲୋକ୍ଟ୍ରୋିନିକ୍ସ ବଜାରରେ ମଧ୍ୟ ଭାଳେନି ପଡିଛି। ଛୋଟମୋଟ ବିଦ୍ୟୁତ ସରଞ୍ଜାମ ଯେପରି ଆଇରନ ବକ୍ସଠାରୁ ଆରମ୍ଭ କରି ଗ୍ରାଇଣ୍ଡର ଓ ଆକ୍ୱାଗାର୍ଡ ଇତ୍ୟାଦି ସହ ଟିଭି, ଫ୍ରିଜ୍‌ ଓ ଏସି ମଧ୍ୟ କିଣୁଥିବା ଦେଖିବାକୁ ମିଳିଛି।

ଜୟପୁର ବଜାରରେ ଥିବା ତିନିଟି ପୋଷ୍ଟାଲ ପିନ୍‌କୋଡକୁ ଭିତ୍ତି କରି ଗରାଖ କିଣାକିଣି କରୁଥିବାବେଳେ ଅଫଲାଇନ ମାର୍କେଟରେ ଫାଇନା୍‌ସର ସୁବିଧା ଥିଲେ ଲୋକେ କିଣୁ ନ ଥିବା ଦେଖିବାକୁ ମିଳିଛି। ତେବେ ବିଭିନ୍ନ ଇ-କମର୍ସ ସାଇଟ ପକ୍ଷରୁ ନିଜର ଡେଲିଭରି ଓ ପିକ୍‌ଅପ ପଏଣ୍ଟ ଖୋଲିଥିବାବେଳେ ଷ୍ଟାଫ ରଖି କାର୍ଯ୍ୟ କରାଉଛନ୍ତି। ଫଳରେ ଅନଲାଇନ ଜିରିଆରେ ଆସୁଥିବା ପ୍ୟାକେଟ ଗୁଡିକ ଏହି ଡେଲିଭରି ବଏମାନେ ଗରାଖଙ୍କ ନିକଟରେ ପହଞ୍ଚାଉଛନ୍ତି। ଆଉ ମନକୁ ନ ଗଲେ ଫେରସ୍ତ କରୁଥିବାରୁ ଲୋକଙ୍କୁ ବେଶ୍‌ ସୁହାଉଛି। ତେବେ ଡ୍ରେସପଟାଠାରୁ ଆରମ୍ଭ କରି ମୋବାଇଲ ଓ ଟେସନାରୀ ଜିନିଷ କିଣାବିକାରେ ବେଶ୍‌ ଅଫର ରହିଥିବାରୁ ଗରାଖ ଆକୃଷ୍ଟ ହୋଇଛନ୍ତି।

ଏନେଇ କୋରିଅର ସର୍ଭିସ କରିଥିବା ବି.ସନ୍ଦୀପ କୁମାର କହିଛନ୍ତି ଯେ କରୋନା ମହାମାରୀ ସତ୍ତ୍ୱେ ବିଗତବର୍ଷ ଅପେକ୍ଷା ଚଳିତବର୍ଷ ଶରଦୀୟ ବ୍ୟବସାୟ ବେଶ ଭଲ ହୋଇଛି। ଆଗକୁ ଦଶହରା ୧୦ଦିନ ଅଫର ଯିବା ପରେ ଦିପାବଳୀକୁ ଆଉ ଭଲ ଅଫର ଆସୁଛି। ଏହି ୧୦ ଦିନ ମୋବାଇଲ କିଣାବିକାରେ ପ୍ରତିଦିନ ଅଢେଇ ଲକ୍ଷର ବ୍ୟବସାୟ ହୋଇଛି। ତିନିଟି ବସରେ ପ୍ରାୟ ୫୦ ବ୍ୟାଗ ମାଲ ଆସିଥିବାବେଳେ ଏହା ପୂର୍ବରୁ ୨୦ରୁ ୨୫ ବ୍ୟାଗ ମାଲ ଅନଲାଇନରୁ ଆସିଥିବା ସେ କହିଛନ୍ତି। ଏନେଇ ସ୍ଥାନୀୟ ବ୍ୟବସାୟୀ କେ.ମୋହନ ରାଓ କହିଛନ୍ତି ଯେ ଗତବର୍ଷ ଅପେକ୍ଷା ଚଳିତବର୍ଷ ୪୮ ପ୍ରତିଶତ ବ୍ୟବସାୟ ମାନ୍ଦା ପଡିଛି। ଅନଲାଇନରେ ବିଭିନ୍ନ ଅଫର ସାଙ୍ଗକୁ ମନଲୋଭା ଫାଇନାସରେ ଅଫର ଦିଆଯାଉଥିଲେ ମଧ୍ୟ ବେପାର କମିଛି। କରୋନା ଯୋଗୁଁ ୬ ମାସ ବ୍ୟବସାୟ ଏକ ପ୍ରକାଣ ଠପ ହେବା ପରେ ଶାରଦୀୟ ପୂଜାରେ ମଧ୍ୟ ସେହି ଅବସ୍ଥା ଆଶା କରାଯାଉଛି ବୋଲି ସେ କହିଛନ୍ତି।

ଏନେଇ ଚ୍ୟାମ୍ବର ଆଫ କମର୍ସର ସମ୍ପାଦକ ଭି.ପ୍ରଭାକର କହିଛନ୍ତି ଯେ ଅନଲାଇନରେ ବିଭିନ୍ନ ପ୍ରକାର ଅଫର ସାଙ୍ଗକୁ ମନଲୋଭା ଜିନିଷ ହାତମୁଠାରେ ପାଉଥିବାରୁ ଲୋକେ ଅଫଲାଇନରେ ଲୋକେ କିଣିବାକୁ ପସନ୍ଦ କରୁନାହାନ୍ତି। ହାତମୁଠାରେ ମୋବାଇଲ ପାଇ ବିଭିନ୍ନ ସାଇଟରୁ କିଣାବିକା ହେତୁ କରୋନା ମାରିଥିଲା ଏବେ ଏହି ଅନଲାଇନ ଆମ ପେଟରେ ଲାତ ମାରୁଛି। ଅଫଲାଇନରେ ୪୦ରୁ ୫୦ ବେପାର ବୁଡିଛି ଥିବାବେଳେ କ୍ରେଡିଟ୍‌ ଓ ଡେବିଟ କାର୍ଡରେ ଇଏମଆଇ ଓ ବିଭିନ୍ନ ଆର୍ଥିକ ସଂସ୍ଥା ପକ୍ଷରୁ ଅଫର ଦେଇ ଗରାଖଙ୍କୁ ଆମଠାରୁ ଛେତଡେଇ ନେଇଛନ୍ତି। ସେମାନେ ଯେଉଁ ଅଫର ଦେଉଛନ୍ତି ତାହା ଆମେ କେବେ ଦେଇ ପାରିବୁ ନାହିଁ ପଳରେ ବ୍ୟବସାୟରେ ନାହିଁ ନ ଥିବା କ୍ଷତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର