ଜୟପୁର: ଏନସିସି ଆନୁଆଲ୍ ଟ୍ରେନିଂ କ୍ୟାମ୍ପ (ବାର୍ଷିକ ତାଲିମ ଶିବିର ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ପରିସରରେ ଚାଳିଥିବା ବେଳେ ତୃତୀୟ ଦିନରେ ଜୁନିୟର କ୍ୟାଡେଟ୍ ମାନେ ଭିଡି କଲେଜ ପରିସରରେ ସିମ୍ୟୁଲେଟର ଫାୟରିଂ ଏବଂ ସିନିୟର କ୍ୟାଡେଟ୍ ମାନେ କୋରାପୁଟ ଏସଓଜି ପଡ଼ିଆରେ ଫାୟରିଂ ପ୍ରଶିକ୍ଷଣ ନେଇଥିଲେ। ସକାଳୁ କ୍ୟାଡେଟ୍ ମାନେ କଲେଜ ପରିସରରେ ଡ୍ରିଲ୍, ପ୍ୟାରେଡ୍ ଆଦି କରିବା ପରେ ତାଲିମ ଦିଆଯାଇଥିଲା। ସେଭଳି ବରିଷ୍ଠ କ୍ୟାଡେଟ୍ ମାନଙ୍କୁ ଏସଓଜି ତାଲିମ କେନ୍ଦ୍ରରେ ପ୍ରଶିକ୍ଷଣ ଦିଆଯାଇଥିଲା।
ଗତ କାଲି ବିଏସ୍ଏଫ୍ ସେକ୍ଟର ମୁଖ୍ୟାଳୟ, କୋରାପୁଟ ଆନୁକୂଲ୍ୟରେ ୧୮୦ ବିଏନ୍ ବିଏସ୍ଏଫ୍ ଦ୍ୱାରା ଏନସିସି କ୍ୟାଡେଟ୍ ଓ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଏସଏଫର କମାଣ୍ଡାଣ୍ଟ ସଂଜୟ ଦାଶ, ସେକେଣ୍ଡ ଇନ୍ କମାଣ୍ଡ କୌଳାସ ଲୁଖା, ଡେଫୁଟି କମାଣ୍ଡାଣ୍ଟ ଏଚ୍ ରାଜନ୍ ସିଂ, ଯୋଗ ଦେଇ କ୍ୟାଡେଟମାନଙ୍କୁ ବିଏସଏଫ ଏବଂ ଅନ୍ୟାନ୍ୟ ସଶସ୍ତ୍ର ବାହିନୀରେ ଯୋଗ ଦେବା ପାଇଁ ପ୍ରାତ୍ସାହିତ ଓ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନାରେ ୱାନ ଓଡିଶା ଇନଫେଣ୍ଟ୍ରୀର ସିଓ କର୍ଣ୍ଣେଲ ନବୀନ ପରାଶର, ସୁବେଦାର ମଦନ ରାୟ, ସତୀଶ କୁମାର, ଡେପୁଟି କ୍ୟାମ୍ପ କମାଣ୍ଡାଣ୍ଟ ତଥା ଆକାଉଣ୍ଟସ୍ ଅଫିସର ଲେଫ୍ଟନାଣ୍ଡ ଡ.ଲକ୍ଷ୍ମଣ ପାତ୍ର , ଏନସିସି ଆଲୁମିନିର ରାଜ୍ୟ ସଭ୍ୟ ନିଶାନ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ।