କେନ୍ଦ୍ରାପଡ଼ା: ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକୁ ବିଦ୍ୟୁତ୍ ସ˚ଯୋଗ ହୋଇଛି। କିନ୍ତୁ କିଏ ମିଟର୍ ଜାଲିଆତି କରିଥିଲା ତ’ କିଏ ଖୁଣ୍ଟରୁ ହୁକ ଟାଣି ବିଜୁଳି ଜାଳୁଥିଲା। ବର୍ଷ ବର୍ଷ ଧରି ଏଭଳି ବେଆଇନ ଉପାୟରେ ସମସ୍ତଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଚୋରାରେ ବିଜୁଳି ଆଲୁଅ ଜାଳି ଆସୁଥିବା ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକ ଆଜି ଭୁବନେଶ୍ବରରୁ ଆସିଥିବା ସ୍ବତନ୍ତ୍ର ସ୍କ୍ବାଡ୍ ହାତରେ ଧରାପଡ଼ିଛନ୍ତି। କେବଳ ଧରାପଡ଼ିଛନ୍ତି ତା’ ନୁହେଁ; ସେମାନଙ୍କ ବିଦ୍ୟୁତ୍ ସ˚ଯୋଗ ବିଚ୍ଛିନ୍ନ କରି ଦିଆଯିବା ସହିତ ମୋଟା ଅଙ୍କର ଜରିମାନା ବି କଟାଯାଇଛି। ଗୋଟିଏ ଦିନରେ ଆଜି ୧୫ଜଣ ଧରାପଡ଼ିଥିବା ବେଳେ ୧୦ଲକ୍ଷରୁ ଅଧକ ଟଙ୍କା ସେମାନଙ୍କ ବିରୋଧରେ ଜରିମାନା କଟାଯାଇଛି। ସ˚ଧ୍ୟା ସୁଦ୍ଧା ୨ଲକ୍ଷରୁ ଅଧିକ ଟଙ୍କା ଜରିମାନା ଗଣି ପାଞ୍ଚଜଣ ଉପଭୋକ୍ତା ପୁନଶ୍ଚ ବିଜୁଳି ସ˚ଯୋଗ ନେଇଥିବା ଜଣାପଡ଼ିଛି।
କୌତୂହଳର କଥା ହେଉଛି, ଏହି ଚୋରା ବିଜୁଳି ଆଲୁଅ ଜାଳିବା ତାଲିକାରେ ପୁରୁଣା ବସଷ୍ଟାଣ୍ତସ୍ଥିତ ମାଛ ମାର୍କେଟ୍ ଅ˚ଚଳର ଗୋଟିଏ ଆଇସକ୍ରିମ୍ ଫ୍ୟାକ୍ଟ୍ରି ଓ ଗୋଟିଏ ପାଣି ପାଉଚ୍ କାରଖାନା ଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାନୁଯାୟୀ, କେନ୍ଦ୍ରାପଡ଼ା ସହରରେ ଅନେକ ବାଣିଜ୍ୟିକ ପ୍ରତିଷ୍ଠାନ ଚୋରାରେ ବିଜୁଳି ଜାଳୁଥିବା ଅଭିଯୋଗ ବାରମ୍ବାର ହୋଇ ଆସୁଥିଲା। ଏହାକୁ ବିଭାଗ ଗୁରୁତର ସହ ନେବା ପରେ ଆଜି ଭୁବନେଶ୍ବରରୁ ସ୍ବତନ୍ତ୍ର ଭାବେ ୪ଟି ସ୍କ୍ବାଡ୍ ଆସି କେନ୍ଦ୍ରାପଡ଼ାରେ ପହଞ୍ଚିଥିଲେ। ଟାଉନ ପୁଲିସ ଓ ବିଦ୍ୟୁତ୍ ଥାନାର ସହଯୋଗ କ୍ରମେ ଏହି ଟିମ୍ ନୂଆ ବସଷ୍ଟାଣ୍ତ୍ରୁ ସାନ୍ତସାହିଯାଏ ସନ୍ଦେହ ଘେରରେ ଥିବା ବିଭିନ୍ନ ବାଣିଜ୍ୟିକ ପ୍ରତିଷ୍ଠାନ ଉପରେ ଚଢ଼ାଉ କରିଥିଲା।
ମୋଟ ୪୫ଟି ପ୍ରତିଷ୍ଠାନରେ ଯାଞ୍ଚ କରାଯାଇଥିବା ବେଳେ ୧୫ଜଣ ଚୋରାରେ ବିଜୁଳି ଜାଳି ଫସିଛନ୍ତି। ସେମାନଙ୍କ ମଧୢରୁ ୧୨ଜଣ ମିଟର୍ ଜାଲିଆତି ଏବ˚ ତିନିଜଣ କଞ୍ଜ୍ୟୁମର୍ ନ ହୋଇ ଚୋରାରେ ବିଦ୍ୟୁତ୍ ଜାଳୁଥିବା ଜଣାପଡ଼ିଥିଲା। ସ୍କ୍ବାଡ୍ ଏଭଳି କାରସାଦି ଧରିବା ପରେ ସ˚ଗେ ସ˚ଗେ ଖୁଣ୍ଟରୁ ସେମାନଙ୍କ ବିଦ୍ୟୁତ୍ ସ˚ଯୋଗ ବିଚ୍ଛିନ୍ନ କରିଦେବା ସହିତ ଜରିମାନା କାଟିଥିଲା। କଟାଯାଇଥିବା ୧୦ଲକ୍ଷରୁ ଅଧିକ ଜରିମାନା ମଧୢରୁ କେବଳ ତିନିଲକ୍ଷ ଟଙ୍କା ପାଣି ପାଉଚ୍ ଓ ବରଫ କଳ ଥିବା ସୂଚନା ମିଳିଛି। ଏମାନେ ବିଲ୍ ନ ବଢ଼ିବା ପାଇଁ କାରଖାନାରେ ଲାଗିଥିବା ମିଟର୍କୁ ଜାଲିଆତି କରିଥିଲେ। ଫଳରେ ମାସକୁ ବହୁତ୍ କମ୍ ପରିମାଣର ବିଦ୍ୟୁତ୍ ବିଲ୍ ଆସୁଥିଲା। କେବଳ ସେତିକି ନୁହେଁ, ଜଣେ ଘରୋଇ ଉପଭୋକ୍ତା ବି ମିଟର୍ ଜାଲିଆତି କରି ଧରାପଡ଼ିବା ପରେ ତାଙ୍କ ଘରୁ ବିଜୁଳି ସ˚ଯୋଗ କାଟି ଦିଆଯାଇଛି। ଉଲ୍ଲେଖନୀୟ କଥା ହେଉଛି, ବିଜୁଳି କାଟି ଅନ୍ଧାର କରି ଦିଆଯାଇଥିବା ଏ ସବୁ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକ ମଧୢରୁ ପାଞ୍ଚଜଣ ସ˚ଧ୍ୟା ସୁଦ୍ଧା ଜରିମାନା ସ୍ବରୂପ ୨ଲକ୍ଷରୁ ଅଧିକ ଟଙ୍କା ଦେଇ ପୁନଶ୍ଚ ବିଦ୍ୟୁତ୍ ସ˚ଯୋଗ ନେଇଛନ୍ତି।
ଅନ୍ୟପକ୍ଷରେ ସେସୁ ନିର୍ବାହୀଯନ୍ତ୍ରୀ ସୀମିତ ଦାସ କହିଛନ୍ତି ଯେ ସହରର ଅନେକ ବାଣିଜ୍ୟିକ ପ୍ରତିଷ୍ଠାନ ଚୋରାରେ ବିଜୁଳି ଜାଳୁଥିବା ନେଇ ବିଭାଗ ନିକଟରେ ଦୀର୍ଘଦିନ ତଳୁ ଅଭିଯୋଗ ଥିଲା। ଆଜି ସ୍କ୍ବାଡ୍ ଏହାର ଯାଞ୍ଚ୍ କରିବା ପରେ ମିଟର୍ ଜାଲିଆତି ଓ ଚୋରା ବିଜୁଳି ଜାଳୁଥିବା ଘଟଣା ସାମ୍ନାକୁ ଆସିଛି। ସେମାନଙ୍କ ବିରୋଧରେ ମୋଟା ଅଙ୍କର ଜରିମାନା କଟାଯାଇଛି। ଆଗକୁ ଚଢ଼ାଉ ଆହୁରି ଜୋରଦାର୍ କରାଯିବ। ଯେଉଁମାନେ ବି ଏଭଳି ଚୋରାରେ ମିଟର୍ ଜାଲିଆତି କିମ୍ବା ହୁକ୍ ଟାଣି ବିଜୁଳି ଜାଳୁଛନ୍ତି, ସେମାନେ ଆଉ ତାହା କରନ୍ତୁ ନାହିଁ। ନିୟମ ମୁତାବକ ବିଦ୍ୟୁତ୍ ସ˚ଯୋଗ ନେଇ ବିଭାଗକୁ ସହଯୋଗ କରିବାକୁ ଶ୍ରୀ ଦାସ ଅନୁରୋଧ କରିଛନ୍ତି।