କମୁନି ବିଦେଶୀ ମଦର ଚୋରା କାରବାର: ଦୁଇ ଦିନରେ ୧୩ ପେଟିରୁ ଅଧିକ ମଦ ଜବତ, ୧୦ ଗିରଫ

୫ଟି ବାଇକ ଓ ଅଟୋ ଜବତ

ରାଉରକେଲା : ଲାକଡାଉନ ସମୟ ସୀମା ଯେତିକି ବଢି ବଢି ଯାଉଛି, ସେତିକି ଫାଇଦା ଉଠାଉଛନ୍ତି ଚୋରା ମଦ ବେପାରୀ l ଏମାନଂକ ଚେର ଲମ୍ବିଛି ରାଉରକେଲାରୁ ଝାରଖଣ୍ଡ, ଅରୁଣାଚଳ ପ୍ରଦେଶ l ବ୍ରାହ୍ମଣୀ ତରଙ୍ଗ ଥାନା ପୁଲିସ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୧୩ ପେଟିରୁ ଅଧିକ ମଦ ଜବତ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବଜରଙ୍ଗୀ ଦିବାର, ମାହାତୋ ତିଗା, ବିକ୍ରମ ଲୋହାର, ମୁକେଶ କୁମ୍ଭାର, ବିଜୟ ତିଗା ଓ ପିଣ୍ଟୁ ମହାତୋ l

ସୀମାରେ ଥିବା ଗଳା ବାଟ ପାରି ହୋଇ ପହଞ୍ଚି ଯାଉଛନ୍ତି ରାଉରକେଲା ସହରରେ l ଆଜି ଓ ଗତକାଲି ଅବକାରୀ, ବ୍ରାହ୍ମଣୀ ତରଙ୍ଗ ପୁଲିସ ବିଭିନ୍ନ ଜାଗାରେ ଚଢ଼ଉ କରି ବିପୁଳ ପରିମାଣରେ ବିଦେଶୀ ଶହ ଦେଶୀ ମଦ ଜବତ କରିଛନ୍ତି l ଜବତ ମଦ ମଧ୍ୟରେ ରହିଛି ମିଲିଟାରୀ ଓ ପାରାମିଲିଟାରୀ ବିଭାଗର ବିଦେଶୀ ଶହ ଝାରଖଣ୍ଡରୁ ଆସୁଥିବା ନକଲି ବିଦେଶୀ ମଦ lଏମାନଙ୍କ ନିକଟରୁ ଅଟୋ, ଦୁଇଟି ସ୍କୁଟି, ୫ଟି ବାଇକ ଶହ ବିପୁଳ ଦେଶୀ ମଦ l ଏହି ମଦ ନିର୍ଦ୍ଧାରିତ ଦର ଠାରୁ ଚାରି ଗୁଣା ଅଧିକ ଦାମରେ ବିକ୍ରି ହେଉଛି l

ସମ୍ବନ୍ଧିତ ଖବର