ଟ୍ରକ୍‌ରୁ ୧୦ କୁଇଁଣ୍ଟାଲ୍‌ ଗଞ୍ଜେଇ ଜବତ କଲା ଏସ୍‌ଟିଏଫ୍‌ 

ବସ୍ତା: ଆଜି ବାଲେଶ୍ବରରେ ଏକ ଟ୍ରକ୍‌ରୁ ବିପଳ ପରିମାଣରେ ଗଞ୍ଜେଇ ଜବତ ହୋଇଛି। ଏହା ସହିତ କାରବାରରେ ସଂପୃକ୍ତ ଜଣେ ବ୍ୟକ୍ତି ଅଟକ ଥିବା ଜଣାପଡ଼ିଛି। ସୂଚନା ଅନୁସାରେ; ୬୦ ନମ୍ବର ଜାତୀୟ ରାଜପଥରେ ଡବ୍ଲ୍ୟୁବି-୩୭-ବି-୭୧୧୬ ନମ୍ବରର ଏକ ଟ୍ରକ୍‌ରେ ଗଞ୍ଜାମରୁ ପଶ୍ଚିମବଙ୍ଗକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। ଏନେଇ ଏସ୍‌ଟିଏଫ୍‌ ଖବର ପାଇଥିଲା। ଫଳରେ ବିଭାଗ ପକ୍ଷରୁ ଉକ୍ତ ଟ୍ରକ୍‌ ଉପରେ ନଜର ରଖାଯାଇଥିଲା। ସକାଳ ୯ଟା ୩୦ ମିନିଟ୍‌ ପା‌ଖାପାଖି ଟ୍ରକ୍‌ଟି ବସ୍ତା ବାଇପାସ୍ ପୋଲ ନିକଟରେ ପହଞ୍ଚିବା ପରେ ଏସ୍‌ଟିଏଫ୍‌ ଅଧିକାରୀମାନେ ତାକୁ ଅଟକାଇବା ସହ ସେଥିରୁ ଆନୁମାନିକ ୧୦ କୁଇଁଣ୍ଟାଲ୍‌ (ଯାହାର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ) ଗଞ୍ଜେଇ ଜବତ କରିଥିଲେ। ଏହି ସମୟରେ ଟ୍ରକ୍‌ର ହେଲ୍‌ପର ଦୌଡ଼ି ପଳାଇବାକୁ ସକ୍ଷମ ହୋଇଥିବା ବେଳେ ଡ୍ରାଇଭର ଧରାପଡ଼ିଛନ୍ତି। ଏସ୍‌ଟିଏଫ୍‌ ସିନିଅର ଡିଏସ୍‌ପି ମନୋଜ ରାଉତ ବସ୍ତା ଥାନାଧିକାରୀଙ୍କ ସହାୟତାରେ ଘଟଣାରେ ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର