ବାବା ଜଳେଶ୍ୱର ମହାଦେବଙ୍କ ରତ୍ନମୂଦ ଓ ଚୂଳିକରଣ, ୧୦ ହଜାର ଭକ୍ତଙ୍କ ସମାଗମ

ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲାର ବାଙ୍ଗିରିପୋଷି ବ୍ଲକ ପଥୁରୀ ଫଚାୟତ ଉଦାଳି ଗ୍ରାମରେ ବାବା ଜଳେଶ୍ୱର ମହାଦେବଙ୍କ ରତ୍ନମୂଦ ଓ ଚୂଳିକରଣ ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠାତା ମକୁରୁ ପୁଟୀ ଓ ଗ୍ରାମବାସୀଙ୍କ ସହଯୋଗରେ ଚୂଳିକରଣ ଅନୁଷ୍ଠିତ ହୋଇଯାଇଛି।

ନୟାଗଡର ମନ୍ଦିର ଶିଳ୍ପୀ ବିଶ୍ୱକର୍ମା କୁଳମଣୀ ପ୍ରଧାନ ଓ ସହଯୋଗୀଙ୍କ ଦ୍ଵାରା ନଅ ମାସ ଧରି ମନ୍ଦିର କାର୍ଯ୍ୟ ଚାଲିଛି। ଏହା ମଧ୍ୟରେ ଶିଳ୍ପୀ ୧୯୬ ଟି ମନ୍ଦିର ନିର୍ମାଣ କରି ସାରିଲେଣି। ଚୂଳିକରଣ ପାଇଁ କମିଟି ତରଫରୁ ଅନ୍ନଛତ୍ରର ବ୍ୟବସ୍ଥା କରାଯାଇଥିଲା। ମନ୍ଦିର ର ଉଚ୍ଚତା ୮୧ ଫୁଟ ସଂପୂର୍ଣ୍ଣ ହେବାକୁ ଆହୁରି ଏକ ବର୍ଷ ଲାଗିବ ବୋଲି ଜଣାପଡିଛି।

ମନ୍ଦିର ନିର୍ମାଣ ପାଇଁ କମିଟି ୮୦ ଲକ୍ଷରୁ ଉର୍ଦ୍ଧ୍ୱ ବ୍ୟୟ ଅଟକ ରଖିଥିବା ଜଣାପଡିଛି। ଗ୍ରାମବାସୀ ଓ ବଦାନ୍ୟ ବ୍ୟକ୍ତିମାନଙ୍କ ଅବଦାନ ପାଇଁ ଅଂଚଳର ସବୁଠାରୁ ବୃହତ ମନ୍ଦିର ହେଉଥିବାରୁ ସ୍ଥାନୀୟ ଅଂଚଳରେ ଖୁସିର ଲହରୀ ଖେଳି ଯାଇଛି। ଯଜ୍ଞ ସମୟରେ ୧୦ ହଜାରରୁ ଉର୍ଦ୍ଧ୍ୱ ଭକ୍ତଙ୍କ ଜନ ସମାବେଶ ହୋଇଥିଲା।

ସମ୍ବନ୍ଧିତ ଖବର