ମହାନତା ଦେଖାଇଲେ ସଫେଇ କର୍ମଚାରୀ, ପାଇଥିବା ୧୦ହଜାର ଟଙ୍କାକୁ ସୁରକ୍ଷିତ ଭାବେ ଫେରାଇ ଦେଲେ

ପୁରୀ: ପୁରୀ ୱାର୍ଡ ନଂ ୧୭ରେ ଜଣେ ସଫେଇ କର୍ମଚାରୀଙ୍କ ମହାନତା ଏବେ ଚର୍ଚ୍ଚାରେ ରହିଛି। ଉକ୍ତ ସଫେଇ କର୍ମଚାରୀଙ୍କ ନାମ ରାଜେନ୍ଦ୍ର ନାୟକ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତକାଲି ଅପରାହ୍ନ ପ୍ରାୟ ୩ ଘଟିକା ସମୟରେ ରାଜେନ୍ଦ୍ର ନାୟକ ନିଜ କର୍ତ୍ତବ୍ୟ ସମ୍ପାଦନ ସମୟରେ ଅଠରନଳାସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ନିକଟରେ ୨୦ଟି ୫ ଶହ ଟଙ୍କିଆ ଥିବା ୧୦ ହଜାର ଟଙ୍କା ପାଇଥିଲେ ।

ଏହି ଟଙ୍କା‌ ପାଇବା ପରେ ସେ ତୁରନ୍ତ ତାଙ୍କ ସହ ଥିବା ଅନ୍ୟ କର୍ମଚାରୀମାନଙ୍କୁ ଏ ସଂପର୍କରେ ଅବଗତ କରାଇଥିଲେ । ଏହାପରେ ସେମାନେ ଆଜି ଭାରତୀୟ ଷ୍ଟେଟ ବ୍ୟାଙ୍କ ପୁରୀ ମୁଖ୍ୟ ଶାଖାରେ ପହଞ୍ଚି  କର୍ତ୍ତୃପକ୍ଷଙ୍କ ନିକଟରେ ପାଇଥିବା ୧୦ହଜାର ଟଙ୍କା ଦାଖଲ କରିଥିଲେ । ଏଥିନିମନ୍ତେ ସବୁ ମହଲରୁ ରାଜେନ୍ଦ୍ର ନାୟକ ଏବଂ ତାଙ୍କ ଟିମକୁ ପ୍ରଶଂସାର ଛୁଅ ଛୁଟିଛି । ରାଜେନ୍ଦ୍ର ବି ପାଇଥିବା‌ ଟଙ୍କାକୁ ସୁୂରକ୍ଷିତ ଭାବେ ଫେରାଇ ଦେଇଥିବାରୁ ଖୁସି ଥିବା କହିଛନ୍ତି।

ସମ୍ବନ୍ଧିତ ଖବର