ନାବାଳିକା ଯୌନ ଉତ୍ପୀଡ଼ନ ମାମଲା: ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ, ୧ ଲକ୍ଷ ଜରିମାନା

ଭଦ୍ରକ: ନାବାଳିକା ଯୌନ ଉତ୍ପୀଡନ ମାମଲାରେ ଭଦ୍ରକ ଅତିରିକ୍ତ ଜିଲ୍ଲା ଜଜ୍‌ ପ୍ରଣତି ଶାହା ଅଭିଯୁକ୍ତ ଧାମନଗର ଥାନା ପଳିକିରି ଗ୍ରାମର ଦିଗମ୍ବର ମାଝୀ(୨୯)କୁ ନାବାଳିକା ଯୌନ ନିର୍ଯାତନା ନିରୋଧ ଆଇନର ଧାରା ୪ ତଥା ପିଙ୍ଗଳ କୋର୍ଡର ଦଫା ୩୭୬ରେ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧ ଲକ୍ଷ ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି।

ଅଭିଯୋଗ ମୁତାବକ ଧାମନଗର ଥାନା ପଳିକିରି ଗ୍ରାମର ଦୟାନିଧି ମାଝିଙ୍କ ପୁତ୍ର ଦିଗମ୍ବର ୨୦୧୬ ଜାନୁଆରି ୧୧ରେ ପଡୋଶୀ ଘରେ ପଶି ତାଙ୍କର ୮ବର୍ଷର ନାବାଳିକା କନ୍ୟାକୁ ଗୋଟିଏ ଦିନରେ ବିଭିନ୍ନ ସମୟରେ ୩ ଥର ଯୌନ ନିର୍ଯାତନା ଦେଇଥିଲା ଓ ଶେଷ ଥର ଛାତ ଉପରକୁ ନେଇ ଦୁଷ୍କର୍ମ କରିବା ସମୟରେ ନାବାଳିକା ଚିତ୍କାର କରିବାରୁ ତାର ଜେଜେ ମା ସେଠାରେ ପହଁଞ୍ଚି ପିଡୀତାକୁ ଉଦ୍ଧାର କରିଥିଲେ। ପିଡୀତାର ମାମୁଁ ବସନ୍ତ ପ୍ରଧାନ ଏ ନେଇ ଧାମନଗାର ଥାନାରେ ଅଭିଯୋଗ କରିବାପରେ ମାମଲା ହୋଇ ଅଭିଯୁକ୍ତକୁ ଗିରଫ କରାଯାଇ ଥିଲା।

ସମ୍ବନ୍ଧିତ ଖବର