ଯଶିପୁର: ଆଜି ଅପରାହ୍ନ ୪ଟା ବେଳେ ଘଡ଼ଘଡ଼ି ବର୍ଷା ହୋଇଥିଲା। ଏହି ସମୟରେ ବଜ୍ରାଘାତରେ ମୟୂରଭଞ୍ଜ ଜିଲ୍ଲା ରୁଗୁଡ଼ି ପଞ୍ଚାୟତ ରୁଗୁଡ଼ି ଗ୍ରାମ ନୂଆସାହିର ଜଣେ ୧୦ ବର୍ଷର ବାଳିକାଙ୍କ ମୃତ୍ୟୁ ଘଟିଛି। ସେ ହେଉଛନ୍ତି; ରୁନା ନାଏକଙ୍କ ଝିଅ ମୋନାଲିସା। ମୋନାଲିସା ପାଣି ଆଣିବାକୁ ଯାଇଥିବା ବେଳେ ଦୁର୍ଘଟଣା ଘଟିଥିଲା। ଫଳରେ ତାଙ୍କୁ ଯଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ହେଲେ ସେତେବେଳେକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା।
ବଜ୍ରାଘାତରେ ୧୦ ବର୍ଷର ବାଳିକା ମୃତ
/sambad/media/post_attachments/wp-content/uploads/2021/04/Lightening.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)