ଝାରସୁଗୁଡ଼ା: କୋଲାବିରା ଥାନା କେଲଡାମାଲ ଗ୍ରାମରେ ଗତ ୨୦୧୪ ମସିହା ଡିସେମ୍ବର ୧୮ ତାରିଖରେ ଘଟିଥିବା ଦୁଷ୍କର୍ମ ମାମଲାର ଶୁଣାଣି କରି ଝାରସୁଗୁଡ଼ା ଅତିରିକ୍ତ ସେସନ ଜଜ୍ ହରପ୍ରସାଦ ପଟ୍ଟନାୟକ ଅଭିଯୁକ୍ତ ଝସକେତନ ଭୋଇକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଅତିରିକ୍ତ ସରାକାରୀ ଓକିଲ ଗଙ୍ଗାଧର ଗଡ଼ନାୟକଙ୍କ ଠାରୁ ପ୍ରକାଶ ଯେ, ଗତ ୨୦୧୪ ମସିହା ଡିସେମ୍ବର ୧୮ ତାରିଖ ଦିନ ଅଭିଯୁକ୍ତ ଝସକେତନ ସେହି ଗ୍ରାମର ଜଣେ ମହିଳା ଗାଧୋଇବାକୁ ଯାଉଥିବା ବେଳେ ତାଙ୍କୁ ବଳ ପୂର୍ବକ ଦୁଷ୍କର୍ମ କରିଥିବା ଓ ଏହି ଘଟଣା କାହା ଆଗରେ କହିଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲା। ଏ ନେଇ ମହିଳା କୋଲାବିରା ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଏହି ମାମଲାରେ ବିଭିନ୍ନ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ବିଚାରପତି ଶ୍ରୀ ପଟ୍ଟନାୟକ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୩୭୭, ୫୦୬ ଦଫାରେ ୧୦ ବର୍ଷ ଜେଲ ଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟରେ ଆହୁରି ୩ ମାସ ଜେଲଦଣ୍ଡାଦେଶ କରିଛନ୍ତି।
ଦୁଷ୍କର୍ମ ଅପରାଧରେ ୧୦ ବର୍ଷ ସଶ୍ରମ କାରାଦଣ୍ଡ
/sambad/media/post_attachments/wp-content/uploads/2018/10/court-generic_625x300_1527245477936.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)