ଚେୟ‌ାରରେ ଟଳିପଡ଼ିଲେ ଶତାୟୁ

ବାଲିଅନ୍ତା: ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଅଧୀନ ଗଡ଼ଶ୍ରୀରାମପୁର ଗ୍ରାମର ଶତାୟୁ ମହିଳା ନିଶାମଣୀ ପାତ୍ରଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୫ ବର୍ଷ ହୋଇଥିଲା । ନିଶାମଣୀ ଜଣେ ଧର୍ମପରାୟଣା ଓ ପରୋପକାରୀ ମହିଳା ଥିଲେ । ଆଜି ସକାଳେ ପରିବାର ଲୋକ ନିଶାମଣୀଙ୍କୁ ଗାଧୋଇ ଦେଇ ଚେୟାରରେ ବସାଇ ଥିଲେ । ଔଷଧ ଖାଇବାକୁ ଆଣିବାକୁ ଗଲା ପରେ ସେ ଚେୟାରରେ ଟଳିପଡ଼ିଥିଲେ । ସେହିଠାରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା । ନିଶାମଣୀଙ୍କ ୫ ପୁତ୍ରଙ୍କ ମଧ୍ୟରୁ ବଡ଼ପୁଅ ବୈରାଗି ପାତ୍ର ମୁଖାଗ୍ନୀ ଦେଇଥିଲେ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ନିଶାମଣୀଙ୍କ ପୌତ୍ର ହେଉଛନ୍ତି ବରିଷ୍ଠ ବିଜେଡ଼ି ନେତା  ଚନ୍ଦନ କୁମାର ପାତ୍ର । ମୃତ୍ୟୁ ଖବର ପାଇ ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ ।

ସମ୍ବନ୍ଧିତ ଖବର