କୋରାପୁଟ: ଗର୍ଭାବସ୍ଥାରେ ମହିଳାଙ୍କର ଆବଶ୍ୟକ ଯତ୍ନ ନିଆଯିବା ଉଚିତ। ଗର୍ଭବସ୍ଥା ଓ ଶିଶୁ ଜନ୍ମ ହେବାର ୧୦୦୦ ଦିନ ବହୁତ ଗୁରୁତ୍ବ ରଖେ। ଏଥିପାଇଁ ତୃଣମୂଳରେ ରହୁଥିବା ଆଶା ଓ ଅଙ୍ଗନବାଡିଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ଏହାକୁ ନିଭେଇବାକୁ ଆମେ ସଙ୍କଳ୍ପ କରିବାକୁ ହେବ ବୋଲି କହିଛନ୍ତି ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ସୁଲୋଚନା ଦାଶ।
ସ୍ଥାନୀୟ ଦକ୍ଷତା ବିକାଶ କେନ୍ଦ୍ରଠାରେ ଏକ ସମୀକ୍ଷା ବୈଠକରେ ଭିନ୍ନକ୍ଷମମାନଙ୍କ ଅଧିକାର ଅଧିନିୟମ-୨୦୧୬ ଓ ଦିବ୍ୟାଙ୍ଗମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଯୋଜନା ସମ୍ବନ୍ଧରେ ସଚେତନତା ଏବଂ ଏହାର କାର୍ଯ୍ୟକାରିତା ଉପରେ ସେ ଆଲୋକପାତ କରିଥିଲେ। ସେ କହିଛନ୍ତି ଯେ ସମାଜରେ ରହିଥିବା ଦିବ୍ୟାଙ୍ଗମାନଙ୍କର ଅଧିକାର ଓ ସ୍ୱାଧୀନତା ଯେମିତି କୌଣସି ପରିସ୍ଥିତିରେ କ୍ଷୁର୍ଣ୍ଣ ନହେଉ, ସବୁ ପରିସ୍ଥିତିରେ ଦିବ୍ୟାଙ୍ଗଙ୍କର ସମସ୍ୟାକୁ ବୁଝିବା ଦରକାର। କିପରି ଭାବେ ସେମାନଙ୍କୁ ଶତ ପ୍ରତିଶତ ଟିକାକରଣ କରାଯିବ, କିପରି ଭାବେ ସେମାନଙ୍କୁ ସରକାରଙ୍କର ସୁବିଧା ଦିଆଯିବ ତାହା ଜିଲ୍ଲାପ୍ରଶାସ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରିବା ଦରକାର ବୋଲି ସେ କହିଛନ୍ତି।
ଏହି ବୈଠକରେ ଜିଲ୍ଲାପାଳ ଅବଦଲ୍ ଏମ୍. ଅଖତର୍ ସଭାପତିତ୍ୱ କରିଥିଲା ବେଳେ ଭିନ୍ନକ୍ଷମ ମାନଙ୍କ ନିମନ୍ତେ ଉର୍ଦ୍ଦିଷ୍ଟ ଅଧିନୀୟମ ୨୦୧୬ ଯେଭଳି ସମ୍ପୁର୍ଣ୍ଣରୂପେ ଜିଲ୍ଲାରେ କାର୍ଯ୍ୟକାରିତା ହେବ ସେଥିପ୍ରତି ଉପସ୍ଥିତ ସମସ୍ତଙ୍କୁ ଯତ୍ନବାନ ହେବାପାଇ ପରାମର୍ଶ ଦେଇଥିଲେ । ଏହି ବୈଠକରେ ସମସ୍ତ ବ୍ଲକର ଗୋଷ୍ଟି ଉନ୍ନୟନ ଆଧିକାରୀ, ସମସ୍ତ ତହସିଲଦାର, ସମସ୍ତ ଅପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ସମସ୍ତ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀମାନଙ୍କୁ ଦିବ୍ୟାଙ୍ଗମାନଙ୍କୁ ଅଣଦେଖା ନକରି ସେମାନଙ୍କୁ ସମସ୍ତ କ୍ଷେତ୍ରରେ ସହାୟତାର ହାତବଢାଇବା ପାଇଁ ପରାମର୍ଶ ଦେଇଥିଲେ । ଦିବ୍ୟାଙ୍ଗମାନଙ୍କ ନିମନ୍ତେ ଉର୍ଦ୍ଦିଷ୍ଟ ବିଭିନ୍ନ ସରକାରୀ ଯୋଜନା ତାଙ୍କ ପାଖରେ କିପରି ପହଞ୍ଚି ପାରିବ ଏହା ଉପରେ ପ୍ରାଞ୍ଜଳ ଭାବରେ ଏହି ସମୀକ୍ଷା ବୈଠକରେ ଆଲୋଚନା କରିଥିଲେ । କୋରାପୁଟ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସିମାଞ୍ଚଳ ମହାପାତ୍ର ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଯାଇଥଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/kpt-sulochana-das.jpg)