୧୦୦୦ ଲିଟର ଦେଶୀ ମଦ ସହିତ ପିକଅପ ଭ୍ୟାନ ଜବତ, ୩ ଗିରଫ

ଭଦ୍ରକ: ଭଦ୍ରକ  ଅବକାରୀ ଅଧିକ୍ଷକ  ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଓ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ତୋଷ କୁମାର ବଳଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ସାବରଙ୍ଗ ଥାନା ଅନ୍ତର୍ଗତ ନଛିପୁର ଗ୍ରାମରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବାଲେଶ୍ବରରୁ ଭଦ୍ରକ ଆସୁଥିବା ପିକଅପ ଭ୍ୟାନ (ଓଆର-୨୨ଏ-୪୪୩୮)ରୁ ୧୦୦୦ ଲିଟର ଦେଶୀ ରନ୍ଧା ମଦ ଜବତ କରିଛନ୍ତି। ଏହି ଘଟଣାରେ ସାବରଙ୍ଗ ଥାନା ଅନ୍ତର୍ଗତ ନଛିପୁର ଗ୍ରାମର ପ୍ରଦୀପ ବେହେରା ଓରଫ ବାପୁନ, ବାସୁଦେବପୁର ଥାନା ଅନ୍ତର୍ଗତ ଆର୍ତ୍ତୁଙ୍ଗ ଗ୍ରାମର ନିର୍ମଳ ନାଥ ଓ ସିମୁଳିଆ ଥାନା ଅନ୍ତର୍ଗତ ମାଟିଆପଡ଼ା ଗ୍ରାମର ସୁନୀଲ ବର୍ମାଙ୍କୁ  ଗିରଫ ହୋଇଛନ୍ତି । ଜବତ ମଦ ଓ ଗାଡ଼ିର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢଉରେ ଧାମନଗର ଓ.ଆଇ.ସି ପ୍ରହଲ୍ଲାଦ ସାମଲ, ଏ.ଏସ.ଆଇ ପୁରୁଷୋତ୍ତମ ମଲ୍ଲିକ, କନେଷ୍ଟବଳ ରମେଶ ନାୟକ, ଅଜିତ କୁମାର ସିଙ୍କୁ, ଅନବାଦିତ୍ୟ ବାରିକ ଓ ଜେମାମଣି ଜାମୁଡା ପ୍ରଭୃତି ସାମିଲ ଥିଲେ । ଏନେଇ ଅବକାରୀ ବିଭାଗ ପକ୍ଷରୁ ୯୩/୨୧-୨୨ ମୂଳେ ମାମଲା ରୁଜ୍ଜୁ କରାଯାଇଛି।

ସମ୍ବନ୍ଧିତ ଖବର