ଜୟପୁର: ଜୟପୁର ସହରର ନିକଟବର୍ତ୍ତୀ କଳାଗୁଡା ଗାଁକୁ ଗୋଟିଏ ଏକ୍ସୟୁଭି କାରରେ ଆସୁଥିଲା ଗଞ୍ଜେଇ। ଜୟପୁର ସଦରଥାନା ପୁଲିସ ହାବୁଡ଼ରେ ଗତ କାଲି ସାଢ଼େ ୫ଟା ବେଳେ ଗାଁ ନିକଟରେ ପଡ଼ିଯାଇଥିଲା। ଭ୍ୟାନ ମଧ୍ୟରେ ଥିବା ଗଞ୍ଜେଇକୁ ଜବତ କରିବା ସହ ଚାଲାଣ କରୁଥିବା ୨ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଅଭିଯୁକ୍ତ ଦ୍ବୟ ହେଲେ ଜୟପୁର ବଡ଼ଘାସି ସାହିର ଦିଲ୍ଲୀପ ଖରା ( ୩୦) ଓ ଜୟପୁର ଖ୍ରୀଷ୍ଟିଆନ ପେଟାର ନାସିର ଓରଫ ଆସପିନ୍ କୁମାର ନାଇକ (୨୮)। ଅନ୍ୟପକ୍ଷରେ ଏହି ମାମଲାରେ ଜଡ଼ିତ ଥିବା ଆଉ ୬ରୁ ୭ଜଣ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ପୁଲିସ ଚିହ୍ନଟ କରିଛି। ସେମାନେ ହେଲେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁରକ୍ଷା କର୍ମୀ ଭାବେ କାମ କରୁଥିବା ଏବଂ ଖ୍ରୀଷ୍ଟିଆନ ପେଟାର ବିଟୁ ଓରଫ ବିଜନ ନାୟକ, ବଡ ଘାସି ସାହିର ଶଙ୍କର ଓ ସନ୍ତୁ, ଅଜିତ୍ ହନ୍ତାଳ, ପରଜା ସାହିର ଶିବା ଏବଂ ସାନ ମଂଜୁର ମୁଣ୍ଡାର ଦେବେନ୍ଦ୍ର ନାଗ ବୋଲି କହିଛନ୍ତି ଜୟପୁର ସଦରଥାନା ଅଧିକାରୀ ଆଦିତ୍ୟ ମହାକୁର।

Advertisment

publive-image

ସ୍ଥାନୀୟ ଅଂଚଳର ଯୁବକମାନଙ୍କ ଦ୍ବାରା ଗୋଟିଏ ନୂଆ ନମ୍ବର ବିହୀନ ଏକ୍ସୟୁଭି କାର ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଥିଲେ ଜୟପୁର ସଦରଥାନା ଅଧିକାରୀ। ସେ ନିଜେ ଏହାର ନେତୃତ୍ବ ନେଇ ସବଇନିସପେକ୍ଟର ପିକେ ମହାନ୍ତିଙ୍କ ସହ ସଦଳବଳ ସହ କଲାଗୁଡା ଗାଁ ନିକଟରେ ଜଗି ରହିଥିଲେ। କାରକୁ କଳାଗୁଡ଼ା ଗାଁ ନିକଟରେ ଅଟକାଇ ଯାଂଚ କରିବାରେ ଏଥିରେ ଗଞ୍ଜେଇ ବସ୍ତା ରହିଥିବା ଦେଖିବାକୁ ମିଳିଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସବୁ ଗଞ୍ଜେଇକୁ ବାହାର କରିଥିଲେ। ଏହା ଓଜନ କରିବାରେ ୧୦୨କିଲୋ ହୋଇଥିଲା। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ଦଶ ଲକ୍ଷ ହେବ ବୋଲି ସଦରଥାନା ଅଧିକାରୀ କହିଛନ୍ତି।

publive-image

ଏହି ୧୦୨କିଲୋ ଗଞ୍ଜେଇ ସହ ଏଥିରେ ବ୍ୟବହୃତ ଏକ୍ସୟୁଭି କାର, ଗୋଟିଏ ନମ୍ବର ବିହୀନ ନୂଆ ପଲସର ବାଇକ, ଗୋଟିଏ ମୋବାଇଲ୍ ଫୋନ ସହ ୨୦ ହଜାର ୧୦୦ଟଙ୍କା ପୁଲିସ ଜବତ କରିଛି। ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟକୁ ଚାଲାଣ କରାଯାଇଥିଲା। ଏହି ମାମଲାରେ ଜଡ଼ିତ ଥିବା ଅଭିଯୁକ୍ତମାନଙ୍କୁ ଅତି ଶୀଘ୍ର ଧରା ଯିବ ବୋଲି କହିଛନ୍ତି ସଦରଥାନା ଅଧିକାରୀ। ଏହା ଅନ୍ୟ ରାଜ୍ୟକୁ ଚାଲାଣ କରାଯିବାର ଯୋଜନା କରିଥିଲେ ଅଭିଯୁକ୍ତ। ପ୍ରଥମ କରି ଏତେ ଜଣ ସ୍ଥାନୀୟ ଯୁବକମାନେ ଗଞ୍ଜେଇ ଚାଲାଣ ମାମଲାରେ ଜଡ଼ିତ ଥିବା ଏବଂ ଏହି ମାମଲାରେ ଜବତ ହୋଇଥିବା ଏକ୍ସୟୁଭି କାର ଓ ବାଇକ ନମ୍ବର ବିହୀନ ଓ ନୂଆ ହୋଇଥିବା ପୁଲିସ ଜାଣିବା ପରେ ପୁଲିସକୁ ଏ ନେଇ ଚିନ୍ତା ବଢ଼ିଛି। ଜୟପୁର ସଦରଥାନା ପୁଲିସ ଗତ ୧୬ତାରିଖ ଦିନ ୧୦୦୧କିଲୋ କୋଟିଏ ଟଙ୍କାର ଗଞ୍ଜେଇ ସହ ଗୋଟିଏ ଟ୍ରକକୁ ବି ଜବତ କରିବା ସହ ଜଣକୁ ଗିରଫ କରିଥିଲେ। ଏହି ମାମଲାରେ ବି ସ୍ଥାନୀୟ କିଛି ଅଭିଯୁକ୍ତ ଜଡ଼ିତ ଥିବା ବି ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି।