ନର୍ଲା: କଳାହାଣ୍ଡି ଜିଲ୍ଲା ନର୍ଲା ଭାଟେଲ ଛକରେ ବାଇକ୍ ଦୁର୍ଘଟଣାରେ ମ.ରାମପୁର କଲେଜ୍ ପଡ଼ାର ପ୍ରଭାତ ଗୌଡ଼ (୨୫)ଙ୍କ ମୃତ୍ୟୁ ଘଟିଛି। ପ୍ରଭାତ ଓ ତାଙ୍କ ସାଙ୍ଗ ହିମାଂଶୁ ଶେଖର ସାହୁ (୨୭) ଏକ ବାଇକ୍ରେ ମ.ରାମପୁରରୁ ନର୍ଲା ଅଭିମୁଖେ ଯାଉଥିବା ସମୟରେ ଉକ୍ତ ସ୍ଥାନରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ।
ତୁରନ୍ତ ସେମାନଙ୍କୁ ଉଦ୍ଧାର କରାଯାଇ ମ.ରାମପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ପ୍ରଭାତଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ହିମାଂଶୁଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/Accident_Thumbnail-750x430-1.jpg)