ଜୟପୁର: ରବି ମଣ୍ଡି ଏହାରି ମଧ୍ୟ ସରିଯାଇଛି। ଚଳିତ ବର୍ଷ ୧୪ଲକ୍ଷ କୁଇଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ମିଳିଥିଲା। ୧୩ହଜାର ୬୪୯ଜଣ ଚାଷୀ ପଂଜିକରଣ କରିଥିବା ବେଳେ ୧୨ହଜାର ୫୮୮ଜଣ ଚାଷୀଙ୍କ ଠାରୁ ୧୨ଲକ୍ଷ୮୭ହଜାର ୪୩୪କୁଇଣ୍ଟାଲ ଧାନ କିଣା ଯାଇଛି ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦୀପ କୁମାର ପଣ୍ଡା। ଏବେ ବି ପଂଜୀକୃତ ୧୦୬୧ଜଣ ଚାଷୀଙ୍କର ଧାନ କିଣାଯାଇନି। ଟକୋନ୍ ଅବଧି ଥିଲେ ସୁଦ୍ଧା କ୍ରୟକାରୀ ସଂସ୍ଥାର ଲ୍ୟାମ୍ପର ସାସ ନଥିବାରୁ ଧାନ ଧାର୍ଯ୍ୟ ସମୟରେ କିଣି ନାହାନ୍ତି। ଭୁଲ କରି ଥିଲା କ୍ରୟକାରୀ ସଂସ୍ଥା ଏବେ ଦଣ୍ଡ ଭୋଗୁଛନ୍ତି ଚାଷୀ। ଟକୋନ୍ ଲାପସ୍ ହେବା ସହ ଚାଷୀଙ୍କ ଧାନ ଚାଷୀଙ୍କ ନିକଟରେ ହିଁ ରହିଯାଇଛି।
ଘିଉରୀ ମଣ୍ଡିରେ ଟକୋନ୍ ଥାଇ ୧୩୬ଜଣ ଚାଷୀ ଧାନ ବିକ୍ରୀ କରି ନ ପାରିବା ମାମଲାରେ ଜିଲ୍ଲାପ୍ରଶାସନ କଡ଼ା ଅଭିମୁଖ୍ୟ ଗ୍ରହଣ କରିଛି। ଘିଉରୀ ମଣ୍ଡିର ଧାନ କିଣା ଅବ୍ୟବସ୍ଥା ମାମଲାରେ ଉମୁରୀ ଲ୍ୟାମ୍ପ ଏମଡିଙ୍କୁ ଜିଲ୍ଲାପ୍ରଶାସନ କାରଣଦର୍ଶାଅ ନୋଟିସ ଜାରୀ କରିବା ସହ ନିଲମ୍ବନ କରିବା ପାଇଁ ଚିଠି କରିଥିବା କହିଛନ୍ତି ଡିଆରସିଏସ୍ ସିଏଚ୍ ଭବାନୀ ପ୍ରସାଦ। ଏନେଇ ପଦକ୍ଷେପ ନିଆଯିବାକୁ ଡିଆରସିଏସ୍ କେସିସି ବ୍ୟାଙ୍କ ସଂପାଦକଙ୍କୁ ଚିଠି କରିଛନ୍ତି। କେବଳ ଘିଉରୀ ମଣ୍ଡି ନୁହେଁ ଏଭଳି ବୋରିଗୁମ୍ମାରେ ୨୯, କୋଟପାଡ଼ ୨୪, କଙ୍ଗା ୧୫, ବୋବୟା ୧୮, କୁନ୍ଦ୍ରା ୩୭ଜଣ ଚାଷୀଙ୍କର ଟକୋନ୍ ଥାଇ ବି ଧାନ ଚାଷୀ ବିକ୍ରୀ କରି ପାରିନଥିବା ଅଭିଯୋଗ ଉଠିଛି। ଏହି ସାଢ଼େ ୨ଶହ ଚାଷୀଙ୍କର ଟକୋନ୍ ଲାପସ୍ ହେବା ପରେ ସଚଳ ନ ହେବା ଫଳରେ ବାଧ୍ୟ ହୋଇ ଦଲାଲଙ୍କ ମାଧ୍ୟମରେ କମ୍ ଦରରେ ବିକ୍ରୀ କରିଛନ୍ତି।
ଚଳିତ ବର୍ଷ ଜିଲ୍ଲାରେ କଷ୍ଟମ ମିଲିଂ ପାଇଁ ମୋଟ ୪୯ଟି ମିଲ୍ ସହ ଜିଲ୍ଲା ଯୋଗାଣ ବିଭାଗ ଚୁକ୍ତି କରିଥିଲା। ଏଥିରେ କୋରାପୁଟ ଜିଲ୍ଲାର ମାତ୍ର ୨୩ଟି ମିଲ୍ ରହିଥିବାବେିଳେ ୨୬ଟି ମିଲ୍ ବଲାଙ୍ଗିର ଜିଲ୍ଲାର। ରବି ଧାନ କିଣାରେ ଜିଲ୍ଲାରେ ସାଂଘାତିକ କେଳେଙ୍କାରୀ ହୋଇଥିବା ଅଭିଯୋଗ ହୋଇଛି। ଏହି ୪୯ଟି ମିଲରେ କିଣାଯାଇଥିବା ଧାର୍ଯ୍ୟ ଧାନ ଅଛି ନାଁ କାଗଜପତ୍ରରେ ଅଛି ତାହାର ଯାଂଚ କଲେ ବହୁ ତଥ୍ୟ ବାହାରି ପାରିବ ବୋଲି ଚାଷୀ ମାନେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/9c5a25ca-c462-4455-b817-513757605f8c.jpg)