ପାରଳାଖେମୁଣ୍ଡି/ଭୁବନେଶ୍ୱର: ଗଜପତି ଜିଲ୍ଲାରେ ଲଜ୍ଜାଜନକ ଘଟଣା ବୁଧବାର ଲୋକଲୋଚନକୁ ଆସିଛି। ମୋହନାର ଏକ ହାଇସ୍କୁଲ ହଷ୍ଟେଲରେ ରହୁଥିବା ଜଣେ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ପୀଡ଼ିତା ଏବେ ୫ ମାସର ଗର୍ଭବତୀ ଥିବା ଜଣାପଡ଼ିଛି।
୨ ମାସ ହେବ ପିରିୟଡ ହୋଇନଥିବା ଜାଣି ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରୀ ଜଣକୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ବିଟାଏସ୍ଜି ପରୀକ୍ଷା କରାଇଥିଲା। ସେଥିରୁ ଜଣାପଡ଼ିଥିଲା ଯେ, ଛାତ୍ରୀଜରକ ଗର୍ଭବତୀ ଅଛନ୍ତି। ଖବର ମିଳିବା ପରେ ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ନିର୍ଦ୍ଦେଶ କ୍ରମେ ମୋହନା ବିଡିଓ ବଂଶୀଧର ଖୋସଲା ଏବଂ ପୁଲିସ ଛାତ୍ରୀ ନିବାସରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ତଦନ୍ତ ଜାରି ରଖିଛି।
ସୂଚନାଯୋଗ୍ୟ ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡି ଥାନା ଅଞ୍ଚଳରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ମଙ୍ଗଳବାର ଜଣାପଡ଼ିଥିଲା। ବିବାହର ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ୧୨ ବର୍ଷୀୟ ନାବାଳିକାକୁ ବିଭିନ୍ନ ସମୟରେ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସପ୍ତମ ଶ୍ରେଣୀର ଛାତ୍ରୀ ପାଠ ପଢିବା ପାଇଁ ଟିକରାପାଲା ବିଦ୍ୟାଳୟକୁ ଯିବାଆସିବା କରୁଥିଲା। ବିଦ୍ୟାଳୟ ଯିବାଆସିବା ସମୟରେ ବିବାହର ପ୍ରଲୋଭନ ଦେଖାଇ ଘୁଷୁରାବେଢା ଗ୍ରାମର ରାଜୀବ ମାଝୀ ସମ୍ପୃକ୍ତ ଝିଅ ସହିତ ଶାରୀରିକ ସମ୍ପର୍କ ରଖି ଆସୁଥିଲା। ଝିଅଟି ସ୍କୁଲ ଯିବା ସମୟରେ ରାଜୀବ ଝିଅକୁ ମିଶି ପ୍ରଲୋଭନ ଦେଖାଉଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/xminor-rape-1-1565254799.jpg.pagespeed.ic_.GRYo4I-4-4.jpg)
