ଆର୍‌ଆଇଟିରୁ ଚୋରି: ୧୧ ଗିରଫ, ଲକ୍ଷାଧିକ ଟଙ୍କାର ସାମଗ୍ରୀ, ଅଟୋ ଓ ସ୍କୁଟି ଜବତ

ରାଉରକେଲା: କଲୁଙ୍ଗାସ୍ଥିତ ରାଉରକେଲା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆର୍‌ଆଇଟି)ରୁ ‌ଚୋରି ଘଟଣାରେ ରଘୁନାଥପାଲୀ ପୁଲିସ ୧୧ ଜଣଙ୍କୁ ଗିରଫ କରିଛି। ଗିରଫ ମଧ୍ୟରେ ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗାର ଶିଭମ୍‌ ଶ୍ରୀବାସ୍ତବ (୧୯), ପନୁ ଓରଫ ଦୀପକ ଧରେଇ (୧୯), ବାପୁ ଓରଫ ରାଜା ବାରିକ୍‌ (୨୫), ବଡ୍‌କୁ ଓରଫ ସୁଶାନ୍ତ ଯାଦବ (୧୯), ପଲ୍‌କୁ ଓରଫ ସୁଶାନ୍ତ ଗୋସ୍ବାମୀ (୧୯), ଚିନୁ ଓରଫ ସମୀର ମାଝି (୨୦), କ୍ରିଷ୍ଣା ମହାତୋ (୨୦), ରାଜୁ ଲୋହାର (୨୭), ରାଜା ଓରଫ ହରି ସିଂହ (୧୯)। ଏମାନଙ୍କ ଠାରୁ ‌ଚୋରି ସାମଗ୍ରୀ କିଣିଥିବା ବେଦ୍ୟାସ ସିଂହଟୋଲାର ଯୋଗୀ ଓରଫ ଯୋଗେଶ ପାଲ (୨୮), ଅଖତର ଉଲ୍‌ ସେଖ (୩୬)। ଏମାନଙ୍କ ନିକଟରୁ ପୁଲିସ ଏଚ୍‌ପି ପ୍ରିଣ୍ଟର, ସ୍କାନ୍‌ର, ୱେଲ୍‌ଡିଂ ମେସିନ୍‌, ୬ଟି ଇଣ୍ଡକ୍ସନ ମୋଟର, ୧୦ଟି ଲୁହା ଗିଅର, ଅଟୋ (ଓଡି୧୪ଡି-୯୨୧୨), ସ୍କୁଟି (ଓଡି୧୪ଏଏସ୍‌ -୮୧୫୭)। ‌ଚୋରମାନେ ଆର୍‌ଆଇଟି ଭିତରେ ପଶି ଗାଡି ସହ ବିଭିନ୍ନ ସାମଗ୍ରୀ ଚୋରି କରି ଫେରାର ହୋଇଯାଇଥିଲେ। ଆର୍‌ଆଇଟିର ପ୍ରଭାତ ମହାପାତ୍ର ଏ ସଂକ୍ରାନ୍ତରେ ଗତ ୩୧ରେ ରଘୁନାଥପାଲୀ ଲିଖିତ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା।

ସମ୍ବନ୍ଧିତ ଖବର