ନୂଆପଡ଼ା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରବିବାର ୧୧ ଜଣ ଲୋକ ଗୁରୁତର ହୋଇଛନ୍ତି। ଗୁରୁତର ମାନଙ୍କ ମଧ୍ୟରେ କିଛି ମହିଳା ମଧ୍ୟ ସାମିଲ ଅଛନ୍ତି। ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ଖଡ଼ିଆଲ ଥାନା ଅନ୍ତର୍ଗତ ତୋହଲେପଡ଼ା ଗାଁରେ ୨ ଗୋଷ୍ଠୀ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଂଘର୍ଷ ହୋଇଥିଲା। ଉଭୟ ଗୋଷ୍ଠୀ ପକ୍ଷରୁ ଢେଲାପଥର ମାଡ଼ ହୋଇଥିଲା। ଗୁରୁତର ୭ ଜଣଙ୍କୁ ଖଡ଼ିଆଲ ଓ ୪ ଜଣଙ୍କୁ ଛତିଶଗଡ଼ର ରାଜଧାନୀ ରାୟପୁରସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ମିିଳିବା ପରେ ଆରକ୍ଷୀ ଅଧିକ୍ଷକ ପୁଲିସ ଟିମ୍ ନେଇ ଘଟଣାସ୍ଥଳରେ ପହଂଚିଛନ୍ତି।
ରିପୋର୍ଟ ଲେଖାଯିବା ବେଳକୁ ଗାଁରେ ୨ ପ୍ଲାଟୁନ ପୁଲିସ ମୁତୟନ ଅଛି। ପୁରୁଷ ଲୋକମାନେ ଘରୁ ବାହାରୁ ନାହାନ୍ତି। ଗାଁ ଦାଣ୍ଡ ସ୍ତବ୍ଧ ପାଲଟି ଯାଇଛି। ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, କିଛି ମାସ ହେବ ତୋହଲେପଡ଼ା ଗାଁରେ ୨ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା।