ଭଡ଼ାଗାଡ଼ିରେ ଗ୍ରାମକୁ ଆସିଲେ ୧୧ଜଣ ଶ୍ରମିକ, ପ୍ରବେଶ ଦେଲେନି ଗ୍ରାମବାସୀ

ବାଙ୍ଗିରିପୋଷି: ଦୁଇ ଦିନ ନ ହେଉଣୁ ପୁଣି ସୀମା ପାର କରି ଯାଜପୁର (କୁଆଖିଆ)ରୁ ୧୧ ଜଣ ଶ୍ରମିକ ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ କୁସୁମବଂଦ ଗ୍ରାମରେ ପହଞ୍ଚିବାକୁ ନେଇ ଗ୍ରାମରେ ଅଶାନ୍ତି ସୃଷ୍ଟି ହୋଇଛି। ନିଜର ଆତ୍ମୀୟଙ୍କୁ ଘର ଲୋକେ ପାଇ ମଧ୍ୟ ଗାଁ ରେ ପଶିବା ପାଇଁ ଦେଇ ନଥିଲେ। ଏହି ଶ୍ରମିକମାନେ କିଛି ଦିନ ପୂର୍ବରୁ ବାଦାମ ତୋଳିବା ପାଇଁ ଯାଜପୁର ଯାଇଥିଲେ । ଲକ୍ ଡାଉନ ହେବାରୁ ନିଜ ଗ୍ରାମକୁ କିପରି ଆସିବେ ବୁଦ୍ଧି ବାଟ ଦେଖାଯାଇ ନଥିଲା।

କୁଆଖିଆରୁ ଆଇରୋନ ଟ୍ରକରେ କିଛି ବାଟ ଆସି ଥିଲେ। ପୁଣି ଏକ ପିକଅପ ଭ୍ୟାନକୁ ପାଞ ହଜାର ଟଙ୍କା ଦେଇ ରାତିରେ  ଜିଲ୍ଲାର ସୀମା ପାର କରିଥିଲେ। ପରେ ଚାଲି ଚାଲି କୁସୁମବଂଦ ଗ୍ରାମରେ ପହଞ୍ଚି ଥିଲେ। ସେଠାରେ ଗ୍ରାମବାସୀ  ଛୋଟ ଝିଅକୁ ମିଶାଇ ୧୧ଜଣ ଶ୍ରମିକଙ୍କୁ ଗ୍ରାମରେ ପଶିବା ପାଇଁ ଦେଇ ନଥିଲେ ବଂର ବିରୋଧ କରିଥିଲେ। ଚାରି ଦିନ ହେଲା ଖାଦ୍ୟ ଖାଇ ନଥିବା ଏହି ଶ୍ରମିକମାନଙ୍କ ପ୍ରତି କାହାରି ଦୟା ହୋଇ ନଥିଲା। ଖବର ପାଇ ପୁଲିସ, ବ୍ଲକ ନୋଡାଲ ଅଫିସର ଜଗେଶ୍ବର ବେହେରା, ସହକାରୀ ତହସିଲଦାର ସାହେବ ରାମ ବାସ୍କେ ପହଞ୍ଚି ଶ୍ରମିକମାନଙ୍କୁ କୁମ୍ଭାର ମୁଣ୍ଡାକଟା  ହାଇସ୍କୁଲର ଅସ୍ଥାୟୀ ଶିବିରକୁ ଆଣିଥିଲେ।

ଏଠାରେ ପ୍ରଶ୍ନ ଉଠେ ସବୁ ଜିଲ୍ଲାର ସୀମାରେ ପୁଲିସ ମୁତୟନ ଥିଲେ ସୁଦ୍ଧା ଶ୍ରମିକ ବୋଝେଇ ଗାଡି ଆସୁଛି କିପରି। କିଛି ଅସାଧୁ ବ୍ୟକ୍ତିମାନେ ନିଜ ଗାଡିରେ ଚଢାଦର ନେଇ ଶ୍ରମିକ ମାନଙ୍କୁ ବିଭିନ୍ନ ସ୍ଥାନକୁ ଆଣୁଛନ୍ତି। ତାହା ଏବେ ଚିନ୍ତାର ବିଷୟ । ଏଠାରେ ସୂଚନା ଦିଆଯାଏ ଦୁଇ ଦିନ ପୂର୍ବରୁ ଭୁବନେଶ୍ବରରୁ ଛଅ ଜଣ ଶ୍ରମିକ ବୌଶିଙ୍ଗା କଳମା ଗେଟ୍ ରେ ପୁଲିସ ଅଟକାଇ ଗାଡି ଛାଡି ନଥିଲା। ହେଲେ ଛଅ ଜଣ ଶ୍ରମିକକୁ ଛାଡି ଦେବାରୁ ଚାଲି ଚାଲି ଆସି ଗ୍ରାମରେ ପହଞ୍ଚିବାରୁ ଅଶାନ୍ତି ସୃଷ୍ଟି ହୋଇଥିଲା। ସେଥିମଧ୍ୟରୁ ତିନି ଜଣଙ୍କୁ ମଧ୍ୟ ଅସ୍ଥାୟୀ ଶିବିରରେ ରଖାଯାଇଛି। ଜିଲ୍ଲାପ୍ରଶାସନ ତରଫରୁ ଆଜି ତିନି ଜଣ ଙ୍କ ବ୍ଲଡ ପରୀକ୍ଷା ପାଇଁ ପଠାଯାଇଛି।

ଶିବିର ଦାୟିତ୍ଵରେ କୁମ୍ଭାରମୁଣ୍ଡାକଟା ସରପଞ ନିରିମା ନାଏକ,  ସମିତି ସଭ୍ୟ ରବିନ୍ଦ୍ର ନାଏକ, ଯୋଗାଣ ସହାୟକ ଜୀବନାନନ୍ଦ ସେଜପଡା, ଶକ୍ତିପଦ ପଲେଇ ଉପସ୍ଥିତ ରହି ଦେଖାଶୁଣା କରୁଥିବାରୁ ସାଧାରଣ ରେ ପ୍ରଶଂସାର ପାତ୍ର ପାଲଟିଛନ୍ତି।

ସମ୍ବନ୍ଧିତ ଖବର