ବ୍ରହ୍ମପୁରରେ ୧୧ ମାସର ଶିଶୁକନ୍ୟା କରୋନା ପଜିଟିଭ୍‌

ବ୍ରହ୍ମପୁର: ଗଂଜାମ ଜିଲ୍ଲା କରୋନା ଭାଇରସ୍‌ ମହାମାରୀରେ କଲବଲ ହେଉଥିବା ବେଳେ ଆଜି ବ୍ରହ୍ମପୁରରେ ଜଣେ ୧୧ ମାସର ଶିଶୁକନ୍ୟା ପଜିଟିଭ୍‌ ଚିହ୍ନଟ ହୋଇଛି। ଶିଶୁକନ୍ୟା ଜଣକ ପୁରୁଣା ବ୍ରହ୍ମପୁର ଅଂଚଳର ବୋଲି ବିଏମ୍‌ସି (ବ୍ରହ୍ମପୁର ମହାନଗର ନିଗମ) ତରଫରୁ ସୂଚନା ଦିଆଯାଇଛି। ସମ୍ଭବତଃ ଓଡ଼ିଶାରେ ଏହା ସର୍ବକନିଷ୍ଠ କରୋନା ପଜିଟିଭ୍‌। ଆଜି ରାଜ୍ୟରୁ ୨୫୮୯ ଜଣ କରୋନା ପ୍ରଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଏଥିରେ ଗଂଜାମରୁ ଥିଲେ ୨୪୨ ଜଣ। ବ୍ରହ୍ମପୁର ସହରରୁ ଆଜି ମୋଟ ୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୧୫ ଜଣ ମହିଳା ଥିବା ବେଳେ ଅନ୍ୟମାନେ ପୁରୁଷ।

ସୂଚନାଯୋଗ୍ୟ, ବ୍ରହ୍ମପୁର ମହାନଗର ନିଗମ ଅଂଚଳରୁ ଏପର୍ଯ୍ୟନ୍ତ ମୋଟ ୨୮୦୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୨୪୧୪ ଜଣ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ମୋଟ୍‌ ୩୪୬ ଜଣ ବ୍ୟକ୍ତି ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୪୬ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର