କୋରାପୁଟ: ଉତ୍ତର ପ୍ରଦେଶର ଅଯୋଧ୍ୟାରୁ ଫେରିଲା ପରେ ଓଡ଼ିଶାର ୧୧ ଜଣ ଶ୍ରଦ୍ଧାଳୁ ଡାଇରିଆର ସାମ୍ମୁଖୀନ ହୋଇଛନ୍ତି। ସେମାନଙ୍କୁ କୋରାପୁଟ ଜିଲ୍ଲା କୁନ୍ଦୁଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ କୋରାପୁଟ ଜିଲ୍ଲା କୁନ୍ଦୁଲି ଅଞ୍ଚଳର ୨୮ ଜଣ ତୀର୍ଥଯାତ୍ରୀ ଗତ ୧ ତାରିଖ ଦିନ ଆଯୋଧ୍ୟା ଅଭିମୁଖେ ବାହାରି ଥିଲେ। ତୀର୍ଥଯାତ୍ରୀମାନେ ଅଯୋଧ୍ୟାରେ ରାମଲଲାଙ୍କୁ ଦର୍ଶନ କରିଥିଲେ। ସେହିପରି ସେମାନେ ଅନ୍ୟ ତୀର୍ଥ ସ୍ଥଳୀକୁ ମଧ୍ୟ ଯାଇଥିଲେ। ତୀର୍ଥ ଯାତ୍ରା ସାରି ଆଜି ସକାଳୁ ସମେସ୍ତେ ଫେରିଥିଲେ।
ତେବେ ୧୧ ଜଣ ଡାଇରିଆର ସାମ୍ନା କରିଥିଲେ। ସେମାନଙ୍କୁ କୁନ୍ଦୁଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗାଁରେ ମେଡିକାଲ ଟିମ୍ ପହଞ୍ଚି ତନାଘନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/e3cffdc6-4ad4-4b9a-bf5b-5d3cb50a75af.jpeg)