ତେଲକୋଇ: ତେଲକୋଇ ପୁଲିସ ପକ୍ଷରୁ କୁକୁଡ଼ା ଲଢ଼େଇ ପଡ଼ାରେ ଚଢ଼ଉ କରାଯାଇଛି। ୧୧ଜଣକୁ ଗିରଫ କରାଯିବା ସହ ୬ଟି ବାଇକ୍ ଜବତ କରାଯାଇଛି। ପ୍ରତି ଶନିବାର ଛାମୁଣ୍ଡା ଗ୍ରାମରେ ସାପ୍ତାହିକ ହାଟ ବସିଥାଏ। ପଡ଼ୋଶୀ ଦୋବଲାପାଳ ଗ୍ରାମ ପ୍ଲାଣ୍ଟ ସାଇଡରେ କୁକୁଡ଼ା ଲଢ଼େଇ ଓ ଜୁଆଖେଳ ହୋଇଥାଏ। ଆଜି ଶନିବାର ଥିବାରୁ ଶତାଧିକ ଲୋକେ କୁକୁଡ଼ା ଲଢ଼େଇ କରିବାକୁ ଆଣିଥିଲେ। ଖବର ପାଇ ପୁଲିସ ଚଢ଼ଉ କରିଥିଲା। ପୁଲିସକୁ ଦେଖି ଲୋକେ ଛତ୍ରଭଙ୍ଗ ଦେଇଥିଲେ। ୧୧ଜଣକୁ ଗିରଫ କରାଯାଇଛି। ଏନେଇ ତେଲକୋଇ ଥାନାରେ କେସ୍ ନମ୍ବର ୨୩୦/୨୦୨୩ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ସରୋଜକାନ୍ତ ସାମଲ ପ୍ରକାଶ କରିଛନ୍ତି।
କୁକୁଡ଼ା ପଡ଼ାରେ ଚଢ଼ଉ, ୧୧ ଗିରଫ
/sambad/media/post_attachments/wp-content/uploads/2023/08/arrest.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)