ଭଞ୍ଜନଗର: ଗଞ୍ଜାମ ଜିଲ୍ଲାର ତାରାସିଂ ଥାନା ଅନ୍ତର୍ଗତ ବୁରପଲ୍ଲୀ ଗ୍ରାମର ଢେପସାହିରେ ଗର୍ବଗଞ୍ଜନ ନାୟକ ଓରଫ ହାଡ଼ିଆ ହତ୍ୟାକାଣ୍ଡ ଘଟଣାରେ ୧୧ ଜଣ ଅଭିଯୁକ୍ତ ଗିରଫ ହୋଇ ବୁଧବାର ଜେଲ ଯାଇଛନ୍ତି। ଅଭିଯୁକ୍ତମାନେ ହେଲେ ବୁରପଲ୍ଲୀ ଗ୍ରାମର ସୀମାଞ୍ଚଳ ଭୂୟାଁ, ପୂର୍ଣ୍ଣଚନ୍ଦ୍ର ଗୌଡ, ନାରାୟଣ ଭୂୟାଁ, ଭିକାରୀ ନାୟକ, ରବୀନ୍ଦ୍ର ନାୟକ, ଅନନ୍ତ ସ୍ୱାଇଁ, ପ୍ରଦୀପ କୁମାର ପ୍ରଧାନ, ବବୁଲ ଗୌଡ, ନରହରି ନାୟକ, ମନୁ ଗୌଡ ଓ ପୂର୍ଣ୍ଣଚନ୍ଦ୍ର ରାଉତ। ଘଟଣାର ତଦନ୍ତ ଚାଲିିଥିବା ନେଇ ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
/sambad/media/post_attachments/wp-content/uploads/2019/12/Bhanjanagar4-1.jpg)
ସୂଚନା ଅନୁଯାୟୀ, ହାଡ଼ିଆ ଗତ ଶନିବାର ରାତିରେ ନାରାୟଣ ଭୂୟାଁଙ୍କୁ ସମ୍ମୁଖରେ ଛିଡା ହୋଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଫଳରେ ସେଠାରେ ପାଟି ତୁଣ୍ଡ ଆରମ୍ଭ ହୋଇ ଯାଇଥିଲା। ଘଟଣାସ୍ଥଳରେ ଗ୍ରାମର କିଛି ଲୋକ ମଧ୍ୟ ଏକାଠି ହୋଇଥିବା ବେଳେ ହାଡ଼ିଆ କାହାରିକୁ ଖାତିର କରି ନ ଥିଲେ। ଏହାପରେ ସେଠାରେ ଉପସ୍ଥିତ ଅଭିଯୁକ୍ତମାନେ ହାଡ଼ିଆକୁ ମାରପିଟ କରିଥିଲେ। ହାଡ଼ିଆ ସେଠାରୁ ବିଲ ଆଡକୁ ଦୌଡି ପଳାଉଥିବା ବେଳେ ଖାଲରେ ପଡିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲକୁ ପଠାଇଥିଲେ।
ଚିକିତ୍ସା ସମୟରେ ହାଡ଼ିଆଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏମ୍କେସିଜିରେ ଚିକିତ୍ସାଧିନ ଅବସ୍ଥାରେ ଗତ ୧୬ ତାରିଖରେ ହାଡ଼ିଆର ମୃତ୍ୟୁ ଘଟିଥିଲା। ଏନେଇ ହାଡ଼ିଆଙ୍କ ପରିବାରଲୋକେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ତାରସିଂ ଥାନାରେ ୧୯୩/୧୯ ନମ୍ବରରେ ମାମାଲା ରୁଜୁ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/Bhanjanagar3.jpg)