କୋରେଇ: କାଳବୈଶାଖୀ ଝଡ଼ତୋଫାନ ପରେ ଗତ ୨୨ ତାରିଖରୁ କୋରେଇ ବ୍ଲକ୍‌ର ୧୧ ଗାଁ ୭୨ ଘଣ୍ଟା ଧରି ଅନ୍ଧାରରେ ରହିଛି। ଅମୃତିଆ, ବନ୍ଦାଳୋ, ବରୁଣ୍ତାଇ, ମୂଳପାଳ, ଅସନଝର ଓ ହଳଦିଗଡ଼ିଆ ପଞ୍ଚାୟତର ବହୁ ଗ୍ରାମରେ ଗଛ ଉପୁଡ଼ି ପଡ଼ିଛି। ଛପର ଘର, ଦୋକାନ ଆଦି ଭାଙ୍ଗିବା ସହିତ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଥିଲା। ଦୁଇଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ୧୧ଟି ଗ୍ରାମରେ ବିଦ୍ୟୁତ୍ ସରବରାହ ସ୍ବାଭାବିକ ହୋଇନାହିଁ। ବିଜୁଳ ନଥିବାରୁ ଗରମ ଗୁଳୁଗୁଳି​ରେ ଲୋକେ ଆଉଟୁପାଉଟୁ ହେଉଛନ୍ତି। ପିଲାଙ୍କ ପାଠ ପଢ଼ିବାଠାରୁ ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ନାନା ଅସୁବିଧାର ସାମ୍‌ନା କରୁଛନ୍ତି।

Advertisment

ପିଇବା ପାଣି ମୁନ୍ଦେ ପାଇଁ ଲୋକେ ଡହଳବିକଳ ହେଉଉନ୍ତି। ବିଦ୍ୟୁତ୍ ବିଭାଗ ପକ୍ଷରୁ ଲୋକଙ୍କୁ ସନ୍ତୋଷଜନକ ଉତ୍ତର ମିଳୁନାହିଁ। ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ବିଦ୍ୟୁତ୍ ସେବା ସ୍ବାଭାବିକ ହୋଇନଥିବାରୁ ଜନଅସନ୍ତୋଷ ବୃଦ୍ଧି ପାଇଛି। ଆସନ୍ତାକାଲି ବିଦ୍ୟୁତ୍‌ କାର୍ଯ୍ୟାଳୟ ଘେରାଉ କରିବାକୁ ସଜବାଜ ହେଉଥିବା ଜଣାପଡ଼ିଛି। ଏନେଇ ବିଭାଗୀୟ ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାରୁ ମରାମତି ଚାଲିଛି, ଖୁବ୍‌ଶୀଘ୍ର ବିଦ୍ୟୁତ୍ ସଂଯୋଗ କରାଯିବ ବୋଲି କହିଥିଲେ।