ରେମଣ୍ଡା: ଭେଡ଼େନ ବ୍ଲକ ତାଲମେଣ୍ଡା ପଞ୍ଚାୟତ ସାନପିପିଲିପାଲି ଗ୍ରାମର ଚାଷୀ ହାଡ଼ୁ ମଲ୍ଲିକଙ୍କ ୧୧୦ ପ୍ୟାକେଟ୍ ଧାନରେ ମଙ୍ଗଳବାର ନିଆଁ ଲାଗି ଭସ୍ମୀଭୂତ ହୋଇଯାଇଛି। ପ୍ରାପ୍ତ ସୂଚନାରୁ ପ୍ରକାଶ, ଚାଷୀ ଶ୍ରୀ ମଲ୍ଲିକ କର ଜରିଆରେ ଚାଷ କରୁଥିବା ଜମିର କଷ୍ଟୋପାର୍ଜିତ ଧାନ ଅମଳ କରି ୧୧୦ ପ୍ୟାକେଟ ଧାନ ଖଳାରେ ରଖିଥିଲେ।
କୋୖଣସି କାରଣରୁ ନିଆଁ ଲାଗି ସଂପୂର୍ଣ୍ଣ ପୋଡ଼ି ନଷ୍ଟ ହୋଇଯାଇଛି। ଏହା ସହିତ ପାଖରେ ଥିବା ଦୁଇ ତିନିଟି ପାଳଗୁଡ଼ା ମଧ୍ୟ ପୋଡ଼ିଯାଇଛି। ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କ୍ଷୟକ୍ଷତିର କ୍ଷତିପୂରଣ ତୁରନ୍ତ ପ୍ରଦାନ କରିବାକୁ ଚାଷୀ ମହଲରେ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/10-3.jpg)