ୟାସ ବାତ୍ୟା ସମୟରେ ମୟୂରଭଞ୍ଜ ଜିଲ୍ଲାରେ ୧୧୨ ଶିଶୁ ଜନ୍ମ ନେଲେ, ୫୦ ଶିଶୁପୁତ୍ର ଓ ୬୨ କନ୍ୟା ସନ୍ତାନ

୪ କୋଭିଡ ଆକ୍ରାନ୍ତ ପ୍ରସୂତୀ ସାମିଲ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଗତକାଲିବାତ୍ୟା ୟସ ରଚିଥିଲା ତାଣ୍ଡବ । ଏହି ସମୟରେ ଜିଲ୍ଲାର ବିଭିନ୍ନ ହସପିଟାଲରେ ଜନ୍ମ ନେଇଛନ୍ତି ୫୦ ପୁତ୍ର ଓ ୬୦ କନ୍ୟା ସନ୍ତାନକୁ ମିଶାଇ ମୋଟ ୧୧୨ ସନ୍ତାନ । ସାଧାରଣ ଭାବେ ୯୧ ଜଣ ପ୍ରସୂତୀଙ୍କର ପ୍ରସବ ହୋଇପାରିଥିବା ବେଳେ ୨୧ ଜଣଙ୍କର ଅସ୍ତ୍ରୋପଚାର ମାଧ୍ୟମରେ ପ୍ରସବ କରାଯାଇଥିଲା । ଏମାନଙ୍କ ମଧ୍ୟରେ ଜିଲ୍ଲାର ସଦର ମହକୁମା ବାରିପଦାସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୬ ଜଣଙ୍କର ସାଧାରଣ ଭାବେ ଓ ୧୮ ଜଣଙ୍କର ଅସ୍ତ୍ରୋପଚାର ମାଧ୍ୟମରେ ଏହିପରି ମୋଟ ୪୪ ଜଣଙ୍କର ଏବଂ କରଞ୍ଜିଆ ଉପଖଣ୍ଡ ହସପିଟାଲରେ ୧୪ ଜଣ ପ୍ରସୂତୀଙ୍କର ସାଧାରଣ ଭାବେ ଓ ୩ ଜଣ ପ୍ରସୂତୀଙ୍କର ଅସ୍ତ୍ରୋପଚାର ମାଧ୍ୟମରେ ପ୍ରସବ କରାଯାଇଥିବା ବେଳେ ବହଳଦା ହସପିଟାଲରେ ୩ ଜଣ, ବାଙ୍ଗିରିପୋଷି ହସପିଟାଲରେ ୯ ଜଣ, ବେତନଟୀ ହସପିଟାଲରେ ୨ ଜଣ, ଡ଼ୁକୁରା ହସପିଟାଲରେ ୧, ଗୋପବନ୍ଧୁନଗର ହସପିଟାଲରେ-୨, ଜାମଦା ହସପିଟାରେ-୧, ଯଶୀପୁର ହସପିଟାଲରେ ୧୦ ଜଣ, କପ୍ତିପଦା ହସପିଟାଲରେ-୨, ମୋରଡ଼ା ହସପିଟାଲରେ-୨, କୁଳିଅଣା ହସପିଟାଲରେ ୩, କୁସୁମୀ ହସପିଟାଲରେ ୨, ରାସଗୋବିନ୍ଦପୁର ହସପିଟାଲରେ-୧, ଏସସିପୁର ହସପିଟାଲରେ-୧, ଶୁକୃଳି ହସପିଟାଲରେ-୧, ଶୁଳିଆପଦା ହସପିଟାଲରେ-୨, ଠାକୁରମୁଣ୍ଡା ହସପିଟାଲରେ-୪, ତିରିଂ ହସପିଟାଲରେ -୧, ଉଦଳା ଉପଖଣ୍ଡ ହସପିଟାଲରେ -୨ ଏବଂ ରାଇରଙ୍ଗପୁର ଉପଖଣ୍ଡ ହସପିଟାଲରେ -୨ ଜଣ ପ୍ରସୂତୀଙ୍କର ସାଧାରଣ ଭାବେ ସନ୍ତାନ ପ୍ରସବ କରାଯାଇଥିଲା । ସେହିପରି ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦ ପୁଅ ଓ ୩୪ କନ୍ୟା ସନ୍ତାନ ଜନ୍ମ ନେଇଥିବା ବେଳେ କରଞ୍ଜିଆ ଉପଖଣ୍ଟ ଚିକିତ୍ସାଳୟରେ ୧୨ ପୁଅ ଓ ୫ କନ୍ୟା, ବହଳଦା ହସପିଟାଲରେ ୧ ପୁଅ ଓ ୨ ଝିଅ, ବାଙ୍ଗିରିପୋଷି ହସପିଟାଲରେ ୫ ପୁଅ ଓ ୪ ଝିଅ, ବେତନଟୀ ହସପିଟାଲରେ ୧ ପୁଅ ଓ ୧ ଝିଅ, ଡ଼ୁକୁରାରେ -୧ ପୁଅ, ଜିବିନଗର ହସପିଟାଲରେ ୧ ପୁଅ ଓ ୧ ଝିଅ, ଜାମଦା ହସପିଟାରେ-୧ ପୁଅ, ଯଶୀପୁର ହସପିଟାଲରେ ୮ ପୁଅ ଓ ୨ ଝିଅ , କପ୍ତିପଦା ହସପିଟାଲରେ-୨ ଝିଅ, ମୋରଡ଼ା ହସପିଟାଲରେ-୧ ପୁଅ ଓ ୧ ଝିଅ, କୁଳିଅଣା ହସପିଟାଲରେ ୨ ପୁଅ ଓ ୧ ଝିଅ, କୁସୁମୀ ହସପିଟାଲରେ ୨ ଝିଅ, ରାସଗୋବିନ୍ଦପୁର ହସପିଟାଲରେ-୧ ପୁଅ, ଏସସିପୁର ହସପିଟାଲରେ-୧ ଝିଅ, ଶୁକୃଳି ହସପିଟାଲରେ-୧ଝିଅ, ଶୁଳିଆପଦା ହସପିଟାଲରେ- ୧ ପୁଅ ଓ ୧ ଝିଅ, ଠାକୁରମୁଣ୍ଡା ହସପିଟାଲରେ-୨ ପୁଅ ଓ ୨ ଝିଅ, ତିରିଂ ହସପିଟାଲରେ -୧ ପୁଅ, ଉଦଳା ଉପଖଣ୍ଡ ହସପିଟାଲରେ -୨ ଝିଅ ଏବଂ ରାଇରଙ୍ଗପୁର ଉପଖଣ୍ଡ ହସପିଟାଲରେ -୨ ପୁତ୍ର ସନ୍ତାନ ଜନ୍ମ ନେଇଥିଲେ ।

ପୁଣି ଏହି ସମସ୍ତ ପ୍ରସୂତୀମାନଙ୍କ ମଧ୍ୟରେ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩ ଓ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ୧ ଜଣ ଏହିପରି ମୋଟ ୪ ଜଣ ପ୍ରସୂତୀଙ୍କ କୋଭିଡ଼-୧୯ ରିପୋର୍ଟ ପଜିଟିଭ ରହିଥିଲା । ପ୍ରକାଶ ଥାଉକି ମୟୂରଭଞ୍ଜ ଜିଲ୍ଲାରେ ଆସନ୍ତା ଜୁନ ୭ ମଧ୍ୟରେ ମୋଟ ୯୫୯ ଜଣ ଗର୍ଭବତୀ ମହିଳା ସନ୍ତାନ ପ୍ରସବ କରିବାର ସମ୍ଭାବନା ରହିଛି ବୋଲି ବୋଲି ପୂର୍ବରୁ ଡ଼ାକ୍ତରମାନେ ରିପୋର୍ଟ ଦେଇଥିଲେ ।

ଉକ୍ତ ରିପୋର୍ଟ ଆଧାରରେ ୟସ ବାତ୍ୟା ସମୟରେ ଗତ ମେ ୨୫ ସନ୍ଧ୍ୟା ସୁଦ୍ଧା ସନ୍ତାନ ପ୍ରସବ ସମୟ ପାଖେଇ ଆସିଥିବା ମୋଟ ୩୪୨ ଜଣ ଗର୍ଭବତୀ ମହିଳାମାନଙ୍କୁ ଅଣାଯାଇ ସେମାନଙ୍କ ନିକଟସ୍ଥ ଚିକିତ୍ସାଳୟଗୁଡ଼ିକରେ ଭର୍ତ୍ତି କରାଯାଇଥିଲା ଏବଂ ଏମାନଙ୍କ ମଧ୍ୟରୁ ୧୧୨ ଜଣ ମହିଳା ୫୦ ପୁତ୍ର ଓ ୬୨ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ଖବର ଲେଖାଯିବା ପର୍ଯ୍ୟନ୍ତ ହସପିଟାଲରେ ସମସ୍ତ ମହିଳା ଓ ସେମାନଙ୍କ ସନ୍ତାନ ସୁସ୍ଥ ରହିଥିବାର ଜଣାପଡ଼ିଛି । ଏମାନଙ୍କ ମଧ୍ୟରେ ଚାରି ଜଣ କୋଭିଡ ଆକ୍ରାନ୍ତ ପ୍ରସୂତୀ ମଧ୍ୟ ଶିଶୁ ଜନ୍ମ ଦେଇଛନ୍ତି।

ସମ୍ବନ୍ଧିତ ଖବର