୧୧୨ ଗ୍ରାମ୍‌ର ବ୍ରାଉନ ସୁଗାର ଜବତ, ଜଣେ ଅଭିଯୁକ୍ତ ଗିରଫ

ପୁରୀ: ବ୍ରହ୍ମଗିରି ଥାନା ଅନ୍ତର୍ଗତ ରାଇବିଧାର ବଜାରରେ ଅବକାରୀ ବିଭାଗର କର୍ମଚାରୀମାନେ ଅତର୍କିତ ଚଢ଼ଉ କରି ୧୧୨ ଗ୍ରାମ୍‌ର ବ୍ରାଉନ୍‌ ସୁଗାର ଜବତ କରିଛନ୍ତି। ଏହି ବେଆଇନ କାରବାର ସହିତ ସଂଶ୍ଲିଷ୍ଟ ଅଭିଯୁକ୍ତ ଗିରଫ ହୋଇଛି। ଗିରଫ ଅଭିଯୁକ୍ତର ନାମ ଅଭିରାମ ଦାସ (୩୬)।

ସୂଚନା ଅନୁସାରେ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନାଙ୍କ ତତ୍ୱତାବଧାନରେ ସାତପଡ଼ା ଅବକାରୀ ଥାନା ଉପ-ନିରୀକ୍ଷକ ବିନୋଦ ବାସ୍କେଙ୍କ ନେତୃତ୍ୱରେ ବ୍ରହ୍ମଗିରୀ ଥାନା ଅଂଚଳର ରାଇବିଧାର ବଜାର ଉପରେ ଚଢ଼ଉ କରାଯାଇଥିଲା। ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ ରାଇବିଧାର ବଜ଼ାରର ଅଭିରାମ ଦାସ ନାମକ ଯୁବକ ପାଖରୁ ୧୧୨ ଗ୍ରାମ ବ୍ରାଉନସୁଗାର ଏବଂ ଏକ କଳା ରଙ୍ଗର ପଲସର ବାଇକ(ଓଡି ୧୩ ଏମ୍‌-୧୭୦୧) ଜବତ କରିଥିଲା। ଜବତ ବ୍ରାଉନ୍‌ ସୁଗାରର ମୂଲ୍ୟ ଆନୁମାନିକ ୧୧,୨୦,୦୦୦ ଟଙ୍କାରୁ ଉର୍ଦ୍ଧ୍ୱ ହେବ।

ସମ୍ବନ୍ଧିତ ଖବର