ରାଉରକେଲା: ରାଉରକେଲା ଅବକାରୀ ପୁଲିସ ପକ୍ଷରୁ ଆଜି କୁଆରମୁଣ୍ଡା ବ୍ଲକ ଅନ୍ତର୍ଗତ କାରିଛାପଲ ଅଞ୍ଚଳରେ ଦେଶୀ ମଦ କାରବାର ଉପରେ ଚଢ଼ଉ କରାଯାଇଛି। ଚଢ଼ଉବେଳେ ମଦ ବିକ୍ରି କରୁଥିବା ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ବର୍ଷା ଓରାମ। ତେବେ ଆଉ ଜଣେ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିବାରେ ସଫଳ ହୋଇଥିଲା। ଅଭିଯୁକ୍ତ ପାଖରୁ ୧୧୫ ଲିଟର ଦେଶୀ ମଦ ଓ ଘଟଣାସ୍ଥଳରୁ ଦୁଇଟି ସ୍କୁଟି(ଓଡି-୧୪-ୟୁ-୭୧୪୨ ଓ ଓଡି୦୧୪-ଡବ୍ଲ୍ୟୁ-୪୫୪୭) ଜବତ କରିଛି। ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନିର୍ଦ୍ଦେଶରେ ଅବକାରୀ ମୋବାଇଲ ସ୍କ୍ବାଡ୍ ପକ୍ଷରୁ ଚଢ଼ଉ କରାଯାଇଥିଲା।
୧୧୩ ଲିଟର ଦେଶୀ ମଦ ସହ ମହିଳା ଗିରଫ, ସ୍କୁଟି ଜବତ
/sambad/media/post_attachments/wp-content/uploads/2022/08/21837b3e-4c25-4df2-b783-faf2be4b640e.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)