କଟକ: ଆଜି ସରକାରୀ ସଂଗରୋଧରୁ ୧୨ ଜଣ କୋଭିଡ ଯୋଦ୍ଧାଙ୍କ ସମେତ କଟକ ସହରରୁ ମୋଟ ୧୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏତଦ୍‌ବ୍ୟତୀତ ଗୃହସଂଗରୋଧରେ ଥିବା କଣ୍ଟେନମେଣ୍ଟ ରୋଡରୁ ଜଣେ ପୁରୁଷ କୋଭିଡ ଯୋଦ୍ଧା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସରକାରୀ ସଂଗରୋଧରୁ ୩୪ ଜଣ, ଗୃହ ସଂଗରୋଧରୁ ୪୭ ଜଣ ଓ ସ୍ଥାନୀୟ ସଂକ୍ରମଣ ୩୩ ଜଣ ଆକ୍ରାନ୍ତ ହୋଇଛନ୍ତି।

Advertisment

ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏସ୍‌ସିବି ଆଇସୋଲେସନରୁ ୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୧୩ ଜଣ ପୁରୁଷ, ୩ ଜଣ ମହିଳା ଓ ୩ ଜଣ କୋଭିଡ ଯୋଦ୍ଧା (୨ ଜଣ ପୁରୁଷ ଓ ଜଣେ ମହିଳା)। ଆଉ ଏକ ସରକାରୀ ସଂଗରୋଧରୁ ୯ ଜଣ ପୁଲିସ କର୍ମଚାରୀ ଓ ଅନ୍ୟ ଏକ ସଙ୍ଗରୋଧରୁ ୬ ଜଣ ପୁରୁଷ କରୋନା ଆକ୍ରାନ୍ତ ହୋଇଛନ୍ତି।

publive-image

ସୂଚନାଯୋଗ୍ୟ କଟକ ସହରରେ ଏପର୍ଯ୍ୟନ୍ତ ମୋଟ ୩୨୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୨୪୧ ଜଣ ସକ୍ରିୟ ଥିବା ବେଳେ ୧୯ ହଜାର ୫୮୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କିନ୍ତୁ ୧୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କଟକ ସହରର କରୋନା ଆକ୍ରାନ୍ତଙ୍କ ପାଇଁ ୩୦ ପ୍ରତିଶତ ହୋମ୍‌ ଆଇସୋଲେସନ, ୬୪ ପ୍ରତିଶତ କୋଭିଡ କେୟାର ହୋମ ଓ ୬ ପ୍ରତିଶତ ହସ୍‌ପିଟାଲ ବ୍ୟବସ୍ଥା କରାଯାଇଛି।

publive-image

ଗୃହସଂଗରୋଧରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଶାସ୍ତ୍ରୀନଗରରୁ ୭ ଜଣ, ଚାଉଳିଆଗଂଜ ଅପର୍ଣ୍ଣାନଗରରୁ ୫ ଜଣ, ରାଣୀହାଟରୁ ୪ ଜଣ, ବିଦ୍ୟାଧରପୁର, ପିଲିଗ୍ରୀମ ନଗର, ଜଗତପୁର, ବଙ୍ଗାଳୀ ସାହି, ମହାନଦୀ ବିହାର, ସିଡିଏ ସେକ୍ଟର-୯, ଚୌଧୁରୀ ବଜାର, ତେଲେଙ୍ଗା ବଜାରରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସ୍ଥାନୀୟ ସଂକ୍ରମଣ ଭାବେ ଚିହ୍ନଟ ୩୩ ଜଣଙ୍କର ମଧ୍ୟରୁ ଝାଞ୍ଜିରିମଙ୍ଗଳାରୁ ୮ ଜଣ, ଚାଉଳିଆଗଂଜ ଅପର୍ଣ୍ଣାନଗର, ତେଲେଙ୍ଗା ବଜାରରୁ ୨ ଜଣ ଲେଖାଏଁ, ବିଦ୍ୟାଧରପୁର, ଆଲମଚାନ୍ଦ ବଜାର, ତିନିଘରିଆ, ଦେଓ୍ଵାନ ବଜାର, ମଠସାହି, ନୂଆପାଟଣା, ଚାଉଳିଆଗଂଜ, ପରେଶ୍ୱର ସାହି, ଗଣ୍ଡରପୁର, ଗୌତମ ନଗର, ନିମଚଉଡି, ହରିପୁର, ମେରିଆ ବଜାର, ରାମନଗର, ଥୋରିଆସାହି, ବକ୍ସିବଜାର, ଖାନନଗର, ପୁରୀଘାଟ, କଣ୍ଟେନମେଣ୍ଟ ରୋଡ, ମଝିସାହି ଓ ନୟାସଡ଼କରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।