ମାଲକାନଗିରି: ମାଓବାଦୀ ମିଲିଟାରି କମିସନ ତରଫରୁ ଗତ ଡିସେମ୍ବର ୨୦୨୦ ଠାରୁ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ମାଓବାଦୀ ମୃତ୍ୟୁର ଏକ ତାଲିକା ପ୍ରକାଶ କରାଯାଇଛି। ଏଥିସହ ଭବିଷ୍ୟତରେ ସେମାନଙ୍କର କାର୍ଯ୍ୟପନ୍ଥା ସଂପର୍କରେ ମଧ୍ୟ ଆବଗତ କରାଯାଇଛି। ଏହି ଏକ ବର୍ଷ ମଧ୍ୟରେ ମାଓ ସଂଗଠନର ୧୧୬ ଜଣ ମାଓବାଦୀ ମୃତ୍ୟୁବରଣ କରିଥିବା ଏଥିରେ ସ୍ପଷ୍ଟିକରଣ ଦିଆଯାଇଛି। ତେବେ ଏମାନଙ୍କ ମଧ୍ୟରୁ ବସ୍ତର ଡିଭିଜନରେ ୭୮ ଜଣ, ଓଡିଶାରେ ୪ ଜଣ, ତେଲେଙ୍ଗାନାରେ ୬ ଜଣ, ଝାଡ଼ଖଣ୍ଡରେ ୧୦ ଜଣ, ଏଓବିରେ ୧୨ ଜଣ ଏବଂ ଏମଏମସିର ୪ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି। ଏମାନଙ୍କ ମଧ୍ୟରୁ ୩୪ ଜଣ ମହିଳା ନକ୍ସଲ ରହିଥିବା କୁହାଯାଇଛି।
ମାଓବାଦୀ ଚାରି ଜଣ ସେଣ୍ଟ୍ରାଲ କମିଟିର ସଦସ୍ୟଙ୍କୁ ମଧ୍ୟ ହରାଇଥିବା କହିଛନ୍ତି। ସେମାନେ ହେଲେ ପୁନେନ୍ଦୁ ଶେକର ମୁଖାର୍ଜୀ, ଅକ୍କିରାଜୁ ହରଗୋପାଲ, ନରେନ୍ଦ୍ର ସିଂହ ଏବଂ ୟାପା ନାରାୟଣ। ପୁନେନ୍ଦୁଙ୍କର ମୃତ୍ୟୁ ଲିଭରର ଖରାପ ହେବାରୁ ମୃତ୍ୟୁବରଣ କରିଥିବା ବେଳେ ହରଗୋପାଲଙ୍କ କିଡ଼ନି ରୋଗରେ ମୃତ୍ୟୁ ହୋଇଥିଲା। ନରେନ୍ଦ୍ର ସିଂ ଲଗାତାର ଅସୁସ୍ଥ ହେବାରୁ ମୃତ୍ୟୁବରଣ କରିଥିବା ବେଳେ ୟାପା ନାରାୟଣଙ୍କ ମୃତ୍ୟୁ ନେଇ କୌଣସି ସୂଚନା ଦିଆଯାଇନାହିଁ।
ମାଓବାଦୀ ମଧ୍ୟ କହିଛନ୍ତି ଯେ ଗତ ଏକ ବର୍ଷ ମଧ୍ୟରେ ୩୦୦ ଗରିଲା ଯୁଦ୍ଧ ହୋଇଥିବା ବେଳେ ଯେଉଁଥିରେ ୬୮ ଜଣ ଯବାନ ମଧ୍ୟ ସହିଦ ହୋଇଛନ୍ତି ଏବଂ ୮୫ ଜଣ ଆହତ ହୋଇଛନ୍ତି। ୪ ଜଣ ଗୋପନୀୟ ସୈନିକକୁ ମଧ୍ୟ ନକ୍ସଲ ସହିଦ କରିଥିବା ସ୍ବୀକାର କରିଛନ୍ତି। ସେହିପରି ମାଓବାଦୀ ୪୦ ଜଣଙ୍କୁ ହତ୍ୟା କରିଥିବା କହିବା ସହ ସେଥିରୁ ୩୦ ଜଣଙ୍କୁ ପୁଲିସ ଇନଫର୍ମର ଏବଂ ୧୦ ଜଣଙ୍କୁ ଜନବିରୋଧୀ ପାଇଁ ହତ୍ୟା କରାଯାଇଛି। ନକ୍ସଲ ଦାବି କରିଛନ୍ତି ଯେ ୧୫ଟି ଅତ୍ୟାଧୁନୀକ ବନ୍ଧୁକ ସହ ହଜାର ସଂଖ୍ୟାରେ ଜୀବନ୍ତ ଗୁଳି ମଧ୍ୟ ଲୁଟ କରିଛନ୍ତି।
/sambad/media/post_attachments/wp-content/uploads/2021/11/Mkg-naxal-press-note-released-2.jpg)
ଦଣ୍ଡକାରଣ୍ୟ ଅଂଚଳରେ ମାଓବାଦୀ ୫୪ ଜଣ ଯବାନଙ୍କୁ ହତ୍ୟା କରିଥିବା ବେଳେ ୬୯ ଜଣ ଯବାନଙ୍କୁ ଆହତ କରିଥିବା କହିଛନ୍ତି। ଜିରାଗୁଡେମ ଏବଂ କଟିଆନାର ଘଟଣାକୁ ମାଓବାଦୀ ସବୁଠାରୁ ବଡ ହମଲା ବୋଲି କହିଛନ୍ତି। ଜିରାଗୁଡମ ବିଷୟରେ ବିଶେଷ ଉଲ୍ଲେଖ କରି କହିଛନ୍ତି ଯେ ଏହି ହମଲାରେ ୭୫୦ ଜଣ ଯବାନ ମାଓବାଦୀ ଗଡରେ ପଶିଥିଲେ। ଗୋଟିଏ ପ୍ଲାଟୁନକୁ ସଂପୂର୍ଣ୍ଣ ମାରିଦିଆଯାଇଥିଲା। ଅନ୍ୟ ଏକ ପ୍ଲାଟୁନକୁ ଆହତ କରି ଛଡାଯାଇଥିଲା। ସେଣ୍ଟ୍ରାଲ କମିଟିର ମିଲିଟାରି କମିସନ ସ୍ବୀକାର କରିଛି ଯେ କିଛି ସ୍ଥାନରେ ତାଂକର ସବୁଠାରୁ ବଡ କ୍ଷତି ଘଟିଛି।ତେବେ ଏହି ଘଟଣାରେ ଅସଫଳ ହେବାର କାରଣ ହେଲା ଗୁପ୍ତ ରଣନୀତିରେ ଅସଫଳତା ଏବଂ ଗରିଲା ଯୁଦ୍ଧକୁ ଠିକ ବାଟରେ ନନେବା।
ତେବେ ବସ୍ତର ଆଇଜି ସୁନ୍ଦର ରାଜ ପି ପ୍ରକାଶକରିଛନ୍ତି ଯେ ସେ ମାଓବାଦୀଙ୍କର ଏହି ଚିଠା ବିଷୟରେ ଜାଣିଛନ୍ତି। ତେବେ ମାଓବାଦୀ ଦେଇଥିବା ତାଲିକାରେ ଆହୁରି ଅଧିକ ନକ୍ସଲ ମୃତ୍ୟୁବରଣ କରିଛନ୍ତି। ଆମ ପାଖରେ ରହିଥିବା ଯେଉଁ ତାଲିକା ତାହା କାଳ୍ପନିକ ନୁହେଁ। ୨୦୨୦-୨୧ରେ ୧୨୨ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ ୨୦୨୧-୨୨ରେ ୧୧୪ ଜଣ ନକ୍ସଲ ମୃତ୍ୟୁବରଣ କରିଛନ୍ତି। ସେହିପରି ଗତବର୍ଷ ୩୭ ଜଣ ଯବାନ ସହିଦ ହୋଇଥିବା ବେଳେ ଚଳିତ ବର୍ଷ ୩୯ ଜଣ ସହିଦ ହୋଇଛନ୍ତି।ତେବେ ମାଓବାଦୀ ସେଣ୍ଟ୍ରାଲ କମିଟିର ଏହି ତାଲିକାରୁ ଜଣାପଡୁଛି ଯେ ମାଓ ସଂଗଠନ ଏବେ ଦୁର୍ବଳ ହେବାକୁ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/fee52c0f-17b6-4b09-afaf-47b1a219834b.jpg)