କଟକ ସହରରୁ ଆଜି ୧୧୭ କରୋନା ପଜିଟିଭ୍‌ ଚିହ୍ନଟ, ସ୍ଥାନୀୟ ଅଂଚଳରୁ ୬୩ ଜଣ ଆକ୍ରାନ୍ତ

କଟକ: ଆଜି କଟକ ସହରରୁ ମୋଟ ୧୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୫୪ ଜଣ ଓ ସ୍ଥାନୀୟ ଅଂଚଳରୁ ୬୩ ଜଣ ଅଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ ୩୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୨୧ ଜଣ ପୁରୁଷ ଓ ୧୧ ଜଣ ମହିଳା ଅଛନ୍ତି। ଗୃହ ସଂଗରୋଧରୁ ୨୨ ଜଣ ଆକ୍ରାନ୍ତ ଅଛନ୍ତି। ସିଡିଏ ସେକ୍ଟର-୭ରୁ ୭ ଜଣ, ସିଡିଏ ସେକ୍ଟର-୬ରୁ ୪ ଜଣ, ସିଡିଏ ସେକ୍ଟର-୯, ସିଡିଏ ସେକ୍ଟର-୧୧, ମହାନଦୀ ବିହାର, ବିଡ଼ାନାସୀରୁ ୨-୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସ୍ଥାନୀୟ ଅଂଚଳରୁ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ବାଦାମବାଡ଼ି ଓ ସିଡିଏ ସେକ୍ଟର-୭ରୁ ୬-୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚାଉଳିଆଗଂଜ, କଲ୍ୟାଣୀ ନଗର, ମଧୁପାଟଣାରୁ ୪-୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବକ୍ସିବଜାର, କଣ୍ଟେନମେଣ୍ଟ ରୋଡ଼, ସିଡିଏ ସେକ୍ଟର-୮, ଜଗତପୁର, ମଙ୍ଗଳାବାଜ ଓ ଷଣ୍ଢପୁରରୁ ୩ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ଆଜି କଟକ ଜିଲ୍ଲାରୁ ମୋଟ ୨୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ କଟକ ସହରରୁ ୧୧୭ ଜଣ ଅଛନ୍ତି। ତେବେ ଏପର୍ଯ୍ୟନ୍ତ କଟକ ସହରରୁ ୧୨ ହଜାର ୯୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧ ହଜାର ୧୩୫ ଜଣ ସୁସ୍ଥ ହୋଇସାରିଛନ୍ତି। କିନ୍ତୁ ୧ ହଜାର ୭୪୩ ଜଣ ଚିକିତ୍ସାଧୀନ ଥିବା ବେଳେ ୫୬ ଜଣଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର