୧୦ ଜଣ କୋଭିଡ୍‌ ଯୋଦ୍ଧାଙ୍କ ସମେତ କଟକରୁ ଆଜି ୧୧୯ ଜଣ କରୋନା ଆକ୍ରାନ୍ତ

କଟକ: ଆଜି କଟକ ସହରରୁ ୧୦ ଜଣ କୋଭିଡ ଯୋଦ୍ଧାଙ୍କ ସମେତ ମୋଟ ୧୧୯ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏସ୍‌ସିବି ଆଇସୋଲେସନରୁ ଜଣେ ମହିଳାଙ୍କ ସମେତ ୭ ଜଣ କୋଭିଡ ଯୋଦ୍ଧା ସଂକ୍ରମଣର ଶିକାର ହୋଇଛନ୍ତି। ଅନ୍ୟ ସରକାରୀ ସଂଗରୋଧରୁ ୩ ଜଣ କରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି। ଆଜି ୨୨ ଜଣ ସରକାରୀ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ଗୃହ ସଂଗରୋଧରୁ ୬୦ ଜଣ ଏବଂ ସ୍ଥାନୀୟ ଅଂଚଳରୁ ୩୭ ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି। ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ମାଲଗୋଦାମ ନିକଟ ଏସ୍‌ସିବି ଆଇସୋଲୋସନରୁ ମୋଟ ୧୩ ଜଣଙ୍କ ସମେତ ୨୨ ଜଣ ସରକାରୀ ସଂଗରୋଧରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, କଟକ ସହରରେ ଏବେ ସୁଦ୍ଧା ୨୨୭୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୩୯୮ ଜଣ ସୁସ୍ଥ ହୋଇଛନ୍ତି। ୧୨ ଜଣଙ୍କର ମୃତ୍ୟୁ ହୋଇଛି। ୮୬୦ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।

ଗୃହସଂଗରୋଧରୁ ଚିହ୍ନଟ ୬୦ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ନୂଆ ନିମସାହିରୁ ୧୬ ଜଣ ମହିଳାଙ୍କ ସମେତ ୨୫ ଜଣ ଅଛନ୍ତି। ମଙ୍ଗଳବାଗରୁ ୮ ଜଣ, ସୂତାହାଟରୁ ୬ ଜଣ, ରାଣୀହାଟରୁ ୫ ଜଣ, ବାମ୍ଫିସାହିରୁ ୪ ଜଣ, ତେଲେଙ୍ଗାବଜାର, ବାଦାମବାଡ଼ି ଓ ଦେଓ୍ଵାନ ବଜାରରୁ ୨ ଜଣ ଲେଖାଏଁ, ନେତାଜୀ ନଗର, ଚାନ୍ଦିନୀ ଚୌକ, ଚଣ୍ଡିଛକ, ମଧୁପାଟଣା, ବକ୍ସିବଜାର, ଶଗଡ଼ିଆସାହି ଓ ହରିପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ପ୍ରଫେସରପଡ଼ା ଓ ସେଲଟର ଛକରୁ ଚିହ୍ନଟ ହୋଇଥିବା ୪-୪ ଜଣ ଆକ୍ରାନ୍ତ ସ୍ଥାନୀୟ ଅଂଚଳର। ଚାଉଳିଆଗଂଜରୁ ୩ ଜଣ, ସିଡିଏ ସେକ୍ଟର-୭ରୁ ୨ଜଣ, କାଠଗଡ଼ା, ମାରିଆ ବଜାର, ବକ୍ସିବଜାର, ମଧୁପାଟଣା, ନୂଆସାହି, ନେହରୁପଲ୍ଲୀ, ମାଛୁଆବଜାର, ସୂତାହାଟ, ଶଗଡ଼ିଆସାହି, ମଧୁପାଟଣା, ଦେଓ୍ଵାନ ବଜାର, ବାଦାମବାଡ଼ି, ଦେଉଳସାହି, ଅରୁଣଦୋୟ ନଗର, କଣ୍ଟେନମେଣ୍ଟ ରୋଡ, ଜଗତପୁର, କଲେଜ ଛକ, ପ୍ରତାପ ନଗରୀ, ସିଡିଏ ସେକ୍ଟର-୯, ଜୋବ୍ରା, ବେପାରୀ ସାହି, ଶିଖରପୁର, ନୂଆସାହିରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର