ବଡ଼ଗଡ଼ ପୁଲିସ ଓ ସମ୍ବାଦ ଆମ ଓଡ଼ିଶା ରକ୍ତଦାନ ଶିବିର, ୧୧୯ ୟୁନିଟ୍ ରକ୍ତ ସଂଗ୍ରହ

ବ୍ରହ୍ମପୁର: ବଡ଼ଗଡ଼ ଆମ ପୁଲିସ ସମିତି ଓ ସମ୍ବାଦ ଆମ ଓଡ଼ିଶା ମିଳିତ ଆନୁକୂଲ୍ୟରେ ଆଜି ସୋରଡ଼ା ବ୍ଲକ ଅନ୍ତର୍ଗତ ବଡ଼ଗଡ଼ ସ୍ଥିତ କଳିଙ୍ଗ ବୈଶ୍ୟ ଭବନ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରୁ ୧୧୯ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି। କରୋନା ମହାମାରୀ ସମୟରେ ରକ୍ତ ଅଭାବ ଦୂରୀକରଣ ପାଇଁ କରୋନା ଯୋଦ୍ଧା ସାଜିଥିବା ପୁଲିସ ଓ ସ୍ଥାନୀୟ ଯୁବକମାନେ ଉତ୍ସାହର ସହ ଆସି ରକ୍ତଦାନ କରିଛନ୍ତି। ବଡ଼ଗଡ଼ ଥାନା ଅଧିକାରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ଆସିକା ସାଂସଦ ପ୍ରମିଳା ବିଷୋୟୀ ଓ ସମ୍ମାନିତ ଅତିଥି ଭାବେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି। ଏଥିରେ ଆସିକା ଏସ୍‌ଡ଼ିପିଓ ସୂର୍ଯ୍ୟମଣି ପ୍ରଧାନ, ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ସ‌ୋରଡ଼ା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ, ଶେରଗଡ଼ ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ, ଧରା‌କୋଟ ଥାନା ଅଧିକାରୀ ସୁବୋଧ ମହାପାତ୍ର, ସୋରଡ଼ା ତହସିଲଦାର ରବିନ୍ଦ୍ର ମିଶ୍ର ଓ ଶେରଗଡ଼ ବିଡ଼ିଓ ସୁରଞ୍ଜନ ସାହୁ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ଏହି ଶିବିରକୁ ସମ୍ବାଦ ବ୍ରହ୍ମପୁର ସହର ପ୍ରତିନିଧି ଜ୍ଞାନଚାନ୍ଦ୍ ଜଗନ୍ନାଥଙ୍କ ସମେତ ଏସ୍‌ଆଇ ଦେବଦତ୍ତ ପ୍ରିୟଦର୍ଶୀ, ହୃଦାନନ୍ଦ କାଲୋ, ଦିଲ୍ଲୀପ କୁମାର ଦାସ, ଲକ୍ଷ୍ମଣ ମଲ୍ଲିକ, ଇଶ୍ବର ପ୍ରସାଦ ସିଂ, ନନ୍ଦିନୀ ଶତପଥୀ, ସ୍ବଂୟସିଦ୍ଧା ତ୍ରିପାଠୀ, ରୁଦ୍ର ପ୍ରସନ୍ନ ପଣ୍ଡା, ଭୀମସେନ ବକ୍ସି, ବାଳକୃ‌ଷ୍ଣ ପାଣିଗ୍ରାହୀ, ଜଗନ୍ନାଥ ସେଠୀ, ମନୋରଞ୍ଜନ ଷଢ଼ଙ୍ଗୀ, ଆଲୋକ ତ୍ରିପାଠୀ, କୁମୁଦ ଗୌଡ଼, ପ୍ରକାଶ ଚନ୍ଦ୍ର ଗୌଡ଼, ପଦ୍ମାବତୀ ପ୍ରଧାନ, ଜନତା ପଟା, ରଞ୍ଜିତା ଯୋଜ, ପ୍ରିୟଦର୍ଶନୀ ବାଡ଼ାତ୍ୟ, ପ୍ରସନ୍ନ ବେହେରା, ବିଷ୍ଣୁପ୍ରସାଦ ସାବତ, ଅରୁଣ ଆଚାରୀ, ରାଜେନ୍ଦ୍ର ସେଠୀ ଓ ଶିଶର ପାଢ଼ୀଙ୍କ ସମେତ ପୁଲିସ କର୍ମଚାରୀ ଓ ସ୍ଥାନୀୟ ସ୍ବେଚ୍ଛାସେବୀ ସହଯୋଗ କରିଥିଲେ। ଏହି ଶିବିରରେ ଡା. ସି.ଏଚ୍. ରାଜକୁମାରୀ, ଡା. ଭଗବାନ ସାହୁଙ୍କ ସମେତ ଭଞ୍ଜନଗର ରକ୍ତ ଭଣ୍ଡାରର ଏଲ୍‌ଟି ସୁରେନ୍ଦ୍ର ମହାପାତ୍ର, ଇତିଶ୍ରୀ ତ୍ରିପାଠୀ, ଭାଗବତ ପାତ୍ର, ଗଣପତି ପ୍ରଧାନ, ବିପିନ କୁମାର ପାଣିଗ୍ରାହୀ, ନାରାୟଣ ବେହେରା, ପ୍ର‌ମୋଦ କୁମାର ପ୍ରଧାନ, ସୀମାଞ୍ଚଳ ସେଠୀ ଓ ନାରାୟଣ ପାଢ଼ୀ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ

ସମ୍ବନ୍ଧିତ ଖବର