ରାଉରକେଲା: ରାଜ୍ୟରେ ଗ୍ରୀଷ୍ମଲହରି ଜାରି ଥିବା ବେଳେ ରାଉରକେଲାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆଜି ରାଉରକେଲା ସରକାରୀ ଡାକ୍ତରଖାନାରେ ୧୨ ଜଣଙ୍କର ଅସ୍ବାଭାବିକ ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ୨୨ ଜଣଙ୍କର ଚିକିତ୍ସା ୨ଟି ୱାର୍ଡରେ ଜାରି ରହିଛି। ମୃତକମାନଙ୍କ ମଧ୍ୟରେ ଝାଡ଼ତରଙ୍ଗର ଗଣେଶ ତନ୍ତ୍ରୀ, କୁତ୍ରାର ପ୍ରେମଲତା ଏକ୍କା, ଛେଣ୍ଡର ମଂଜୁ ବାରିକ, ହାତୀବାଡ଼ିର ମୁନି କୁମ୍ବାର, ବ୍ରାହ୍ମଣୀତରଙ୍ଗର ସାବିତ୍ରୀ ଗୌଡ଼ ଅଛନ୍ତି।
/sambad/media/post_attachments/wp-content/uploads/2024/05/ab9b0369-96ee-44e1-8cd8-4e10d07db71d.jpeg)
ସୂଚନା ଅନୁସାରେ ଆଜି ଦିନ ସାଢ଼େ ଗୋଟିଏରୁ ରାତି ୮ଟା ମଧ୍ୟରେ ଅର୍ଥାତ ମାତ୍ର ସାଢ଼େ ୬ ଘଣ୍ଟା ଭିତରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଡାକ୍ତରଖାନାର ଭାରପ୍ରାପ୍ତ ଅଧୀକ୍ଷକ ଡାକ୍ତର ସୁଧାରାଣୀ ପ୍ରଧାନ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ୮ ଜଣ ମୃତ ଅବସ୍ଥାରେ ହସ୍ପିଟାଲ ପହଞ୍ଚିଥିଲେ। ଆଉ ୨ ଜଣ ହସ୍ପିଟାଲରେ ପହଞ୍ଚିବା ପରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ହିଟ୍ୱେଭ୍ ଜନିତ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। କାରଣ ଏମାନଙ୍କର ଶରୀରର ତାପମାତ୍ରା ୧୦୨ ଡିଗ୍ରିରୁ ଅଧିକ ଥିଲା। ମୃତ୍ୟୁର କାରଣ ଅଂଶୁଘାତ ହୋଇଥାଇପାରେ। ତେବେ ଶବବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ। ମୃତ ଅବସ୍ଥାରେ ଆସିଥିବାରୁ ହିଷ୍ଟ୍ରି ଷ୍ଟଡି କରାଯାଇ ନାହିଁ। ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ହସ୍ପିଟାଲରେ ପହଞ୍ଚି ଶ୍ରୀମତୀ ପ୍ରଧାନଙ୍କ ସହିତ ଆଲୋଚନା କରିଛନ୍ତି। ସେହିପରି ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ କମିସନର ଜିଲ୍ଲାପାଳ ଗାଭାଲି ପରାଗ ହର୍ଷଦଙ୍କ ସହିତ କଥା ହୋଇଛନ୍ତି।
ତେବେ ୨୨ ଜଣଙ୍କ ମଧ୍ୟରୁ ଗୋଟିଏ ୱାର୍ଡରେ ୧୦ ଜଣ ଓ ଅନ୍ୟ ଗୋଟିଏ ୱାର୍ଡରେ ୧୨ ଜଣଙ୍କୁ ଭର୍ତ୍ତି କରାଯାଇଛି। ରୋଗୀଙ୍କ ପାଇଁ ଆବଶ୍ୟକ ପରିମାଣରେ ବେଡ ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/0b1eabd1-c954-4e1a-9fa2-ee0d8dc898fe.jpeg)